କୋଭିଡ୍ ଚିକିତ୍ସା: ଟିଏମସି ଓ ସିସିଏଚକୁ ତତ୍କାଳ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁସବୁ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି କହିଛନ୍ତି […]

670

Tapas Behera
  • Published: Monday, 14 September 2020
  • , Updated: 14 September 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯେଉଁସବୁ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ନାହାନ୍ତି ସେଗୁଡ଼ିକ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟର ଟିଏମସି ଓ ସିସିଏଚଗୁଡ଼ିକରେ ରୋଗୀ ନଥିବାରୁ ସେଗୁଡ଼ିକୁ ତୁରନ୍ତ ବନ୍ଦ ପାଇଁ କରିବାକୁ କହିଛନ୍ତି। ଏହାସହିତ ରାଜ୍ୟର କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ରୋଗୀ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବାରେ ଲାଗିଛି। ଅଧିକାଂଶ ସିସିସିରେ ରୋଗୀ ମଧ୍ୟ ନାହାନ୍ତି। ତେଣୁ ସେସବୁ ସିସିସିକୁ ବନ୍ଦ କରିବା ସହ ଯେଉଁଠି କମ୍ ସଂଖ୍ୟକ ରୋଗୀ ଅଛନ୍ତି ସେଠାରେ ସଂଖ୍ୟା ହ୍ରାସ କରି,ନିୟୋଜିତ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ଓ ଡାକ୍ତରମାନଙ୍କୁ ଜିଲ୍ଲାରେ ମୁତୟନ କରିବାକୁ କୁହାଯାଉଛି। ଯେଉଁଠି ସେମାନଙ୍କର ସେବାକୁ ଅଧିକ ଭଲଭାବେ ଉପଯୋଗ କରିହେବ।

ଜିଲ୍ଲାପାଳମାନେ ଏହାକୁ ବ୍ୟକ୍ତିଗତ ଭାବେ ତାଦରଖ କରି ନିର୍ଦ୍ଧାରିତ ଫର୍ମାଟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦୈନିକ ଭିତ୍ତିରେ ଜଣାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ସ୍ଥାନରେ ଜରୁରୀ ଆବଶ୍ୟକତା ପଡ଼େ, ତା’ହେଲେ ଏହି ସୁବିଧାକୁ ସ୍ୱଳ୍ପ ନୋଟିସରେ ବ୍ୟବସ୍ଥା କରାଯାଇପାରିବ ବୋଲି ସେ କହିଛନ୍ତି। କୋଭିଡ୍ ଚିକିତ୍ସା ପାଇଁ କାର୍ଯ୍ୟ କରୁଥିବା ଏହି କେନ୍ଦ୍ରଗୁଡ଼ିକୁ ତୁରନ୍ତ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ସହ ସ୍ୱାସ୍ଥ୍ୟ ବିଭାଗ ଓ ରିଲିଫ କମିଶନରଙ୍କୁ ଜଣାଇବାକୁ ଉଭୟ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ୬୭୯୮ଟି ପଂଚାୟତରେ ୬୫୬୦ଟି କୋଭିଡ୍ କେୟାର ହୋମ(ସିସିଏଚ)ରେ ୬୫୪୭୯ଟି ବେଡ୍ ସୁବିଧା ରହିଛି। ସେହିପରି ରାଜ୍ୟର ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ୧୭୮ଟି କୋଭିଡ୍ କେୟାର ସେଣ୍ଟର(ସିସିସି) କାର୍ଯ୍ୟ କରୁଛି ଓ ଏଥିରେ ୨୧୦୫୯ଟି ବେଡ୍ ମଧ୍ୟ ରହିଛି।

Related story