ଗୁମର ଖୋଲି ଦେଲେ କି ନବ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କୋଭିଡ୍‌ ୧୯ କିଟ୍‌ କିଣା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କ ସପକ୍ଷରେ ସଫେଇ ଦେବାକୁ ଯାଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କେବଳ ସାଧାରଣରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିନାହାନ୍ତି ବରଂ ରାଜ୍ୟ ଶାସନ କଳ ଓ ନିଜ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଆଇଏଏସ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ପ୍ରୋକ୍ୟୋରମେଣ୍ଟ କମିଟିରୁ ବିଦା କରିବା ସହ ଅନ୍ୟ ୯ ଆଇଏଏସ ଅଧିକାରୀଙ୍କୁ ଅବ୍ୟାହତି ଦେଇ କୋଭିଡ୍‌ […]

Untitled-1-1

Untitled-1-1

Tapas Behera
  • Published: Tuesday, 09 June 2020
  • Updated: 09 June 2020, 05:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : କୋଭିଡ୍‌ ୧୯ କିଟ୍‌ କିଣା ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାରଙ୍କ ସପକ୍ଷରେ ସଫେଇ ଦେବାକୁ ଯାଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କେବଳ ସାଧାରଣରେ ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିନାହାନ୍ତି ବରଂ ରାଜ୍ୟ ଶାସନ କଳ ଓ ନିଜ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଆଇଏଏସ ହେମନ୍ତ ଶର୍ମାଙ୍କୁ ରାଜ୍ୟ ସରକାର ପ୍ରୋକ୍ୟୋରମେଣ୍ଟ କମିଟିରୁ ବିଦା କରିବା ସହ ଅନ୍ୟ ୯ ଆଇଏଏସ ଅଧିକାରୀଙ୍କୁ ଅବ୍ୟାହତି ଦେଇ କୋଭିଡ୍‌ ୧୯ କିଟ୍ କିଣାରେ ହୋଇଥିବା ମହା ଘୋଟାଲାକୁ ଘୋଡ଼ାଇ ଦେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ରାଜ୍ୟ ସରକାରଙ୍କ ସପକ୍ଷରେ ସଫେଇ ଦେଇ ଶାସନ କଳର ମୁହଁ ବଞ୍ଚାଇବାକୁ ନିଜ ଆଡ଼ୁ ଯେଉଁ ଅଯାଚିତ ଉଦ୍ୟମ କରିଥିଲେ ତାହା ଏବେ ବୁମେରାଂ ହୋଇଛି। ଅର୍ଥାତ ନିଜ ଅଜାଣତରେ ନବ ଶାସନ କଳର ଏମିତି କିଛି ଗୁମର ଖୋଲିଦେଇଛନ୍ତି ଯାହା କୋଭିଡ୍ ୧୯ କିଣାରେ ଦୁର୍ନୀତିର ଗନ୍ଧକୁ ଅଧିକ ସ୍ପଷ୍ଟ କରିଛି।

ରାଜ୍ୟ ସରକାର ତୃତୀୟ ମହଲାର ଏକଦା ଏକଦମ ବିଶ୍ୱସ୍ତ କୁହାଯାଉଥିବା ହେମନ୍ତ ଶର୍ମାଙ୍କୁ ପ୍ରୋକ୍ୟୋରମେଣ୍ଟ କମିଟିରୁ କାହିଁକି ବାଦ୍‌ ଦେଲେ, ତାହା ଏବେ ଅନ୍ଧାରରେ। ଏହା ସହ କୋଭିଡ ୧୯ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅନ୍ୟ ୯ ଆଇଏଏସଙ୍କୁ ରାଥିଅଧିଆ ଅବ୍ୟାହତି ଦେବା ଏକ ବଡ଼ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛି। ଅବଶ୍ୟ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଚେହେରା ସାଜିଥିବା ସୁବ୍ରତୋ ବାଗଚୀଙ୍କ ପ୍ରତ୍ୟାବର୍ତ୍ତନ ଇନିଂସରେ ତାଙ୍କ ମୁହଁରେ ଏକ ଅବାଞ୍ଛିତ ସ୍ପଷ୍ଟୀକରଣ ଦେଇ ଏହି ମହାଘୋଟାଲା ଅଭିଯୋଗ ଶୀତଳ ଭଣ୍ଡାରରେ ରଖିଦେବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲେ । କିନ୍ତୁ ବାଗଚୀ ସାହେବଙ୍କ ସଫେଇର କେଇ ମୁହୂର୍ତ୍ତରେ ସ୍ୱସ୍ଥ୍ୟମନ୍ତ୍ରୀ ନବ ଦାସ ସମାନ ପ୍ରସଙ୍ଗରେ ଏମିତି ସଫେଇ ରଖିଲେ ଯାହା ସରକାରଙ୍କ ସ୍ୱଚ୍ଛତାର ପ୍ରମାଣ ଦେବା ବଦଳରେ ପ୍ରଶାସନିକ ଫନ୍ଦିଫିକରର ଅସଲ ଗୁମରକୁ ପଦାରେ ପକାଇଦେଇଥିବା ଆଲୋଚନା ହେଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ତାଙ୍କ ସଫେଇରେ ଶାସନ ମୁଖିଆଙ୍କୁ କ୍ଲନ୍‌ଚିଟ୍‌ ତ ଦେଲେ କିନ୍ତୁ ‘ଆ ବଳଦ ମୋତେ ବିନ୍ଧ’ ନ୍ୟାୟରେ କେନ୍ଦ୍ର ସରକାରଙ୍କୁ ଯେଉଁ ଅଯଥା ଟାର୍ଗେଟ କଲେ ତାହା କୋଭିଡ୍ ୧୯ କିଟ୍‌ କିଣା ଦୁର୍ନୀତି ଅଭିଯୋଗକୁ ଅଧିକ ବଳିଷ୍ଠ କରିଥିବା ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ମୁତାବକ କେନ୍ଦ୍ର ସରକାର ମାତ୍ର ୩ ଦିନ ଭିତରେ ମାସ୍କର ଦର ୧୦ ଟଙ୍କାରୁ ୧୬ ଟଙ୍କାକୁ ବୃଦ୍ଧି କରିଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ର ସରକାର ମାର୍ଚ୍ଚ ୨୧ତାରିଖରେ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଥିଲେ ରାଜ୍ୟ ସରକାର ଚାହିଁଲେ ୧୦ ଟଙ୍କା ଦରରେ ମାସ୍କ କିଣିପାରିବେ। ଆଉ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଯଦି ସତ ତେବେ ଏହାର ୩ ଦିନ ପରେ ଅର୍ଥାତ ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ର ସରକାର ମାସ୍କ ଗୋଟା ପିଛା ଦର ୬ ଟଙ୍କା ବଢ଼ାଇ ଦେଇଥିଲେ।

ଏବେ ଫେରିବା ରାଜ୍ୟ ସରକାର ସର୍ବସାଧାରଣରୁ ମାସ୍କ କିଣିବା ନେଇ ଜାରି କରିଥିବା ବିଜ୍ଞପ୍ତି ସମ୍ପର୍କିତ ତଥ୍ୟକୁ। ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ତରଫରୁ  ‌ଓଡ଼ିଶା ଔଷଧ ନିଗମ ଏପ୍ରିଲ ୬ ତାରିଖରେ ୧୦ ଟଙ୍କା ଦରରେ ମାସ୍କ କିଣିବା ପାଇଁ ଏକ ପ୍ରସ୍ତାବ ମାଗିଥିଲେ। ଏନେଇ କୁଆଡ଼େ ଏକ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ମାର୍ଚ୍ଚ ୧୩ରେ ଗଠନ କରାଯାଇଥିଲା। ପରେ ମାସ୍କ ବିକିବାକୁ ଆଗ୍ରହୀ ଉଦ୍ୟୋଗୀ ଓ ଅନୁଷ୍ଠାନମାନଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା ମଧ୍ୟ କରିଥିଲେ। ତଥ୍ୟ କହୁଛି ଏପ୍ରିଲ ୧୫ ତାରିଖରେ ରାଜ୍ୟ ସରକାର ୯ ଟଙ୍କା ୯୦ ପଇସା ଦରରେ ୫ ଲକ୍ଷ ମାସ୍କ କିଣିବାକୁ ଅର୍ଡ଼ର ମଧ୍ୟ ଦେଇଥିଲେ। ଆଉ ଏହି ତଥ୍ୟକୁ ବିଶ୍ୱାସକୁ ନିଆଗଲେ ଏହାର ଦୁଇଦିନ ପରେ ରାଜ୍ୟ ସରକାର ୧୬ ଟଙ୍କା ଦରରେ ପାଖାପାଖି ୪୦ ଲକ୍ଷ ମାସ୍କ କିଣିଛନ୍ତି। ଏବେ ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ୨୪ ତାରିଖରେ ଦର ବଢ଼ାଇଦେଲେ ଆଉ ରାଜ୍ୟ ସରକାର ବହୁ ବିଳମ୍ବ ଅର୍ଥାତ ୧୫ ଏପ୍ରିଲ ପରେ କେନ୍ଦ୍ର ସରକାରଙ୍କ ଏହି ବର୍ଦ୍ଧିତ ଦର ବୃଦ୍ଧି ସମ୍ପର୍କରେ ଅବଗତ ହେବାରେ କିଛି ପ୍ରଶାସନିକ ଫନ୍ଦିଫିକର ନାହିଁ ତ ?  ଯଦି ରାଜ୍ୟ ସରକାର ଦର ବୃଦ୍ଧି ସମ୍ପର୍କରେ ଜାଣିଥିଲେ ତେବେ ଏପ୍ରିଲ ୧୫ରେ ୯ ଟଙ୍କା ୯୦ ପଇସା ଦରରେ କିଣିଲେ ମେମିତି ? ଅର୍ଥାତ ପ୍ରଥମେ କମ୍‌ ଏବଂ ଦୁଇଦିନ ପରେ ମାସ୍କ ପିଛା ୬ ଟଙ୍କା ଅଧିକ ଦର ଦେଇ ପୁଣି ୪୦ ଲକ୍ଷ ମାସ୍କ କିଣୁଥିଲେ କାହିଁକି ? ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟକୁ ବିଚାରକୁ ନେଲେ ମାତ୍ର ୩ ଦିନରେ ଲକ୍ଷ ଲକ୍ଷ ମାସ୍କ କିଣାରେ ରାଜ୍ୟ ସରକାର ଅଧିକ କୋଟି କୋଟି ଟଙ୍କା ଖର୍ଚ୍ଚାନ୍ତ ହୋଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଏହି ଖର୍ଚ୍ଚାନ୍ତ ପଛରେ ଜାଣିଶୁଣି କିଛି କିକ୍‌ବ୍ୟାକ୍‌ ହୋଇନାହିଁ ତ? କେନ୍ଦ୍ର ବଢ଼ାଇଦେଲେ ୬ ଟଙ୍କା ଆଉ ରାଜ୍ୟ ସରକାର ଦରବୃଦ୍ଧିକୁ ସହି କୋଟି କୋଟି ଟଙ୍କାର ମାସ୍କ କିଣିଲେ କାହିଁକି ?

ସାରା ଘୋଟାଲାକୁ ଘୋଡ଼ାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କୌଣସି ଉଦ୍ୟମ କରିନାହାନ୍ତି ତ ?

ଆବଳଦ ମୋତେ ବିନ୍ଧ ନ୍ୟାୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କୋଭିଡ୍ ୧୯ କିଟ୍ କିଣା କିକ୍‌ବ୍ୟାକ୍‌ର ଗୁମର ଖୋଲିଦେଇଛନ୍ତି।

କରୋନା ଆତଙ୍କ ଅପେକ୍ଷା ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି କରୋନା କେଳେଙ୍କାରୀ। ମହାମାରୀ ଭୟ ଅପେକ୍ଷା କରୋନା କିଟ୍‌  କିଣାରେ ହୋଇଥିବା ମହାଦୁର୍ନୀତି ରାଜ୍ୟ ସରକାରଙ୍କ ନିଦ ହଜାଇଦେଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ପରି ଦିନକୁ ଦିନ ଏହି ଦୁର୍ନୀତିରେ ଆସୁଥିବା ନୂଆ ନୂଆ ଖିଅ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story