ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ସଫଳତାର ତାଲିକା: ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର: ଗାଁକୁ ଯିବା ପୂର୍ବରୁ ନିଜ ସଫଳତାର ଗାଥା ବଖାଣିଛନ୍ତି ରାଜ୍ୟ ସରକାର। ୩ ବର୍ଷର ସଫଳତାକୁ ନେଇ ନବୀନ ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ହିସାବ ରଖିଛନ୍ତି। ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସଫଳତାର ତାଲିକା ବେଶ୍ ଲମ୍ବା। ଶିଶୁମୃତ୍ୟୁ ହାର ରୋକିବାରେ ସାରା ଦେଶରେ ଓଡିଶା ୧ ନମ୍ବର, ନିରାମୟ ଯୋଜନାରେ ୧ କୋଟି ୩୩ ଲକ୍ଷ […]

pratap1

Rakesh Mallick
  • Published: Monday, 22 May 2017
  • , Updated: 22 May 2017, 08:19 PM IST

ଭୁବନେଶ୍ୱର: ଗାଁକୁ ଯିବା ପୂର୍ବରୁ ନିଜ ସଫଳତାର ଗାଥା ବଖାଣିଛନ୍ତି ରାଜ୍ୟ ସରକାର। ୩ ବର୍ଷର ସଫଳତାକୁ ନେଇ ନବୀନ ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ପରିପେକ୍ଷୀରେ ଆଜି ପ୍ରଥମ ଦିନରେ ସ୍ୱାସ୍ଥ୍ୟ ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ହିସାବ ରଖିଛନ୍ତି।

ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସଫଳତାର ତାଲିକା ବେଶ୍ ଲମ୍ବା। ଶିଶୁମୃତ୍ୟୁ ହାର ରୋକିବାରେ ସାରା ଦେଶରେ ଓଡିଶା ୧ ନମ୍ବର, ନିରାମୟ ଯୋଜନାରେ ୧ କୋଟି ୩୩ ଲକ୍ଷ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ, ୭ଟି ନୂଆ ସରକାରୀ ମେଡିକାଲ କଲେଜ, ମେଡିକାଲ କଲେଜରେ ୪୫୦ରୁ ୮୫୦କୁ ସିଟ୍ ବୃଦ୍ଧି, ରକ୍ତଦାତାଙ୍କ ପାଉଣା ୨୫ରୁ ୬୦ ଟଙ୍କାକୁ ବୃଦ୍ଧି, ମ୍ୟାଲେରିଆ ନିରାକରଣ ପାଇଁ ‘ଦମନ’ ନାଁରେ ଯୋଜନା ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ସ୍ୱାସ୍ଥ୍ୟସେବା କଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଜରିଆରେ ରାଜ୍ୟରେ ଆଉ ୯୨ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ କରାଯିବ। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ଏହି ଆମ୍ବୁଲାନ୍ସ କିଣିବେ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ମାଝି ନିଜ ବିଭାଗର ସଫଳତା କଥା ବଖାଣିଛନ୍ତି। ୧୯ ଲକ୍ଷ ଏସ୍‌ସି/ଏସ୍‌ଟି ପିଲାଙ୍କୁ ବୃତ୍ତି, ଅନ୍ୱେଷା ଯୋଜନାରେ ୧୩ ହଜାର ପିଲାଙ୍କୁ ଖ୍ୟାତି ସଂପନ୍ନ ସ୍କୁଲରେ ପାଠ ପଢାଇବା ଓ ଜଙ୍ଗଲ ଅଧିକାର ଆଇନରେ ଭୂମିହୀନକୁ ଜମି ଦେବାର ହିସାବ ଦେଇଥିଲେ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୦ଟି ପ୍ରଶ୍ନ କରିଛି ବିଜେପି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ପଚାରିଛନ୍ତି ଏହି ପ୍ରଶ୍ନ। ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ନେଇ ନବୀନ ବାବୁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା? କ୍ୟାପିଟାଲ ହସ୍ପିଟାଲରେ ପିଜି ସିଟ୍, ସ୍ୱାସ୍ଥ୍ୟ ବୀମା ସାର୍ବଜନୀନ ହେବା ଓ ଡାକ୍ତରଙ୍କ ପ୍ରେସକ୍ରିପସନ ଅଡିଟ ଆଦି ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story