କାଶୀପୁରରେ ହଇଜା: ସ୍ୱାସ୍ଥ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ, ଗୃହରେ ବିବୃତ୍ତି ରଖିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାର କାଶୀପୁର ଓ ତା’ର ନିକଟବର୍ତ୍ତୀ ଅଂଚଳରେ ହଇଜା ବ୍ୟାପି ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବାକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତା ସୋମବାର ଏସଂକ୍ରାନ୍ତରେ ଗୃହରେ ତଥ୍ୟ ରଖିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆଜି […]

Naba Das

Naba Das

Ordigital Desk
  • Published: Saturday, 16 July 2022
  • Updated: 16 July 2022, 07:12 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲାର କାଶୀପୁର ଓ ତା’ର ନିକଟବର୍ତ୍ତୀ ଅଂଚଳରେ ହଇଜା ବ୍ୟାପି ଏପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବାକୁ ନେଇ ଆଜି ବିଧାନସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆସନ୍ତା ସୋମବାର ଏସଂକ୍ରାନ୍ତରେ ଗୃହରେ ତଥ୍ୟ ରଖିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ଆଜି ବିଧାନସଭାରେ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । କାଶୀପୁର ବ୍ଲକର ୧.୫୪ଲକ୍ଷ ଲୋକଙ୍କ ମଧ୍ୟରୁ ୧.୩୬ଲକ୍ଷ ଲୋକଙ୍କୁ ୧ଟଙ୍କିଆ ଚାଉଳ ଦିଆଯାଉଛି ବୋଲି ସରକାର ଦାବି କରୁଛନ୍ତି । କିନ୍ତୁ ଏବେବି ଲୋକେ ସେଠାରେ ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ ଖାଇ ହଇଜାରେ ପ୍ରାଣ ହରାଉଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ସରକାର ଯୋଗାଉଥିବା ଚାଉଳ ପର୍ଯ୍ୟାପ୍ତ ନୁହେଁ । ରାଜ୍ୟରେ କାଶୀପୁର ଭଳି ,ଭଳି ଅନେକ ଅଂଚଳ ଅଛି । ସରକାର ଏସବୁ ସମସ୍ୟାର ସମାଧାନ ପରିବର୍ତ୍ତେ ମିଛ ତଥ୍ୟ ଦେଇ ପୁରସ୍କାର ସାଉଁଟିବାରେ ଲାଗିଛନ୍ତି । ତେଣୁ ବାଚସ୍ପତି ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଗୃହରେ ବିବୃତ୍ତି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ତଥା ଏତେ ଜଣଙ୍କ ମୃତ୍ୟୁ ପରେ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଗୃହକୁ ଜଣାନ୍ତୁ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରି ତୁରନ୍ତ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଦାବି କରଇଥିଲେ । ଏହି ପ୍ରସଙ୍ଗରେ ବାଚସ୍ପତି ତୁରନ୍ତ କୌଣସି ରୁଲିଂ ନଦେବାରୁ କଂଗ୍ରେସ ବିଧାୟକମାନଙ୍କ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ୨୫ମିନିଟ୍ ପାଇଁ ୨ଥର ମୁଲତବୀ କରିବା ପାଇଁ ବାଧ୍ୟ ହୋଇଥିଲେ । ପରେ ବାଚସ୍ପତି ଏହି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆସନ୍ତା ସୋମବାର ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତୁରନ୍ତ ଉକ୍ତ ଅଂଚଳକୁ ଏକ ଅଭିଜ୍ଞ ଡାକ୍ତରୀ ଦଳ ପଠାଇ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବା ସହ ଏହା କିପରି ରୋକାଯାଇପାରିବ ସେ ସମ୍ପର୍କରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରି ଆସନ୍ତା ୭୨ଘଂଟା ମଧ୍ୟରେ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାଶୀପୁରର ପ୍ରଭାବିତ ଗାଁରେ ଏବେ ସ୍ୱାସ୍ଥ୍ୟ ଟିମ୍ କ୍ୟାମ୍ପ କରି ରହିଛି । ୩ଟି ମେଡିକାଲ ଟିମ୍ ଗାଁ ଗାଁ ବୁଲୁଛନ୍ତି ଓ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି । ଆକ୍ରାନ୍ତଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି । ଜିଲ୍ଲାପାଳ ଓ ସିଡିଏମଓ ଏହି ଅଂଚଳକୁ ପରିଦର୍ଶନରେ ଯିବେ । ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ମେଡିକାଲ ଟିମ୍ ଯାଇଛି ଓ ଖୁବଶୀଘ୍ର ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ।

ସୂଚନାଯୋଗ୍ୟ, ଗତ ୫ଦିନ ଧରି କାଶୀପୁର ଅଂଚଳରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏବେସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ଜଣ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । କାଶୀପୁର ପରେ ରାୟଗଡ଼ା ସହରକୁ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story