କୁକୁଡ଼ା ଲାଞ୍ଚ ମାଗୁଛନ୍ତି ମହିଳା ସ୍ୱାସ୍ଥ୍ୟ କର୍ମୀ, ତାତିଲେ ଲୋକେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଲୋକ। ଏପରିକି ମହିଳା ସ୍ୱାସ୍ଥ୍ୟ କର୍ମୀଜଣକ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲାଞ୍ଚରେ ଟଙ୍କା, କୁକୁଡ଼ା ଆଦି ମାଗୁଥିବାରୁ ତାତି ଉଠିଛନ୍ତି ସ୍ଥାନୀୟ ଲୋକେ।  ଏପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କୁ ବହିଷ୍କାର ଦାବି କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ। ଏପରି ବିକ୍ଷୋଭ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ। ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ବହିଷ୍କାର […]

cage-free-eggs-

cage-free-eggs-

Niharika Rout
  • Published: Friday, 25 December 2020
  • Updated: 25 December 2020, 08:40 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବିରୋଧରେ ଏକତ୍ରିତ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଲୋକ। ଏପରିକି ମହିଳା ସ୍ୱାସ୍ଥ୍ୟ କର୍ମୀଜଣକ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲାଞ୍ଚରେ ଟଙ୍କା, କୁକୁଡ଼ା ଆଦି ମାଗୁଥିବାରୁ ତାତି ଉଠିଛନ୍ତି ସ୍ଥାନୀୟ ଲୋକେ।  ଏପରି ସ୍ୱାସ୍ଥ୍ୟ କର୍ମୀଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କୁ ବହିଷ୍କାର ଦାବି କରିଛନ୍ତି ବିକ୍ଷୋଭ ପ୍ରଦର୍ଶନକାରୀ। ଏପରି ବିକ୍ଷୋଭ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ।

ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ବହିଷ୍କାର ଦାବିରେ ଶତାଧିକ ଲୋକ ଗତକାଲି ପାପରମେଟଲାଠାରେ ଏକତ୍ରିତ ହୋଇଥିଲେ। । ସ୍ୱାସ୍ଥ୍ୟକର୍ମୀଜଣକ  କାର୍ଯ୍ୟରେ ଅବହେଳା,  ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ, ପ୍ରସୂତିଙ୍କୁ ମେଡ଼ିକାଲରେ ପହଞ୍ଚାଇବା ନିମନ୍ତେ ଟଙ୍କା ଦାବି କରିବା ଏପରିକି ମାଗଣା ମଶାରୀ ବଣ୍ଟନରେ ମଧ୍ୟ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏପରିକି ମହିଳା କର୍ମଚାରୀଜଣକ କାମ କରେଇଦେବା ନାମରେ କୁକୁଡ଼ା ମଧ୍ୟ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି।

ଏପରି ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ତାଙ୍କୁ ବଦଳି କରିଥିଲେ। କିନ୍ତୁ ତାଙ୍କ ବଦଳି ବାତିଲ କରିବାକୁ  କିଛି ଅସାଧୁ ବ୍ୟକ୍ତି   ଆଗେଇ ଆସିଥିବାରୁ ବିକ୍ଷୋଭକାରୀ ଏହାର ଘୋର ପ୍ରତିବାଦ କରିଛନ୍ତି। ଏଥିସହ ତାଙ୍କୁ ବଦଳି ପରିବର୍ତ୍ତେ ଚାକରିରୁ ବହିଷ୍କାର ଦାବୀ କରିଛନ୍ତି।

ଏନେଇ ବିଭାଗୀୟ ଅଧିକାରୀ କିମ୍ବା ସମ୍ପୃକ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ମତାମତ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos