ଔଷଧ ବଦଳରେ ମହିଳାଙ୍କ ଉପରେ ଏସିଡ୍‌ ଢାଳିଦେଲେ ସ୍ୱାସ୍ଥ୍ୟକର୍ମୀ

ବାରିପଦା(ମାଣିକଲାଲ ପାଣି): ମହିଳାଜଣକ ହସ୍ପିଟାଲକୁ ଯାଇଥିଲେ ଭଲ ହେବାକୁ । ମାତ୍ର ସେଠାରେ ଭଲ ହେବା ପରିବର୍ତ୍ତେ ହୋଇ ପଡ଼ିଲେ ଗୁରୁତର। ସେଠାରେ ସ୍ୱାସ୍ଥ୍ୟକର୍ମୀଜଣକ ଔଷଧ ବଦଳରେ ଏସିଡ଼ ପରି କିଛି ତରଳ ପଦାର୍ଥ ବ୍ୟବହାର କରିବାରୁ ମହିଳାଙ୍କ ଶରୀରରେ ଜଳାପୋଡ଼ା ହେବା ସହ ସେ ଚିତ୍କାର କରିବାକୁ ଲାଗିଲେ।  ଏବେ ମହିଳାଜଣକ ହସ୍ପିଟାଲ ବେଡରେ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଦେଖା ନାହିଁ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଗଡିଗାଁ […]

Acid

Acid

Niharika Rout
  • Published: Sunday, 28 March 2021
  • Updated: 28 March 2021, 10:43 AM IST

ବାରିପଦା(ମାଣିକଲାଲ ପାଣି): ମହିଳାଜଣକ ହସ୍ପିଟାଲକୁ ଯାଇଥିଲେ ଭଲ ହେବାକୁ । ମାତ୍ର ସେଠାରେ ଭଲ ହେବା ପରିବର୍ତ୍ତେ ହୋଇ ପଡ଼ିଲେ ଗୁରୁତର। ସେଠାରେ ସ୍ୱାସ୍ଥ୍ୟକର୍ମୀଜଣକ ଔଷଧ ବଦଳରେ ଏସିଡ଼ ପରି କିଛି ତରଳ ପଦାର୍ଥ ବ୍ୟବହାର କରିବାରୁ ମହିଳାଙ୍କ ଶରୀରରେ ଜଳାପୋଡ଼ା ହେବା ସହ ସେ ଚିତ୍କାର କରିବାକୁ ଲାଗିଲେ।  ଏବେ ମହିଳାଜଣକ ହସ୍ପିଟାଲ ବେଡରେ ପଡ଼ିଥିବା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଦେଖା ନାହିଁ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁଯାୟୀ,  ମହିଳାଜଣକ ଗତକାଲି ଗର୍ଭନିରୋଧକ କପର-ଟି ବାହାର କରିବାକୁ ଗଡିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡିୟୁଟିରେ ଥିବା ସ୍ଵାସ୍ଥ୍ୟ କର୍ମୀ ମହିଳାଙ୍କ ଶରୀରରୁ  କପିର ଟି ବାହାର କରିଥିଲେ।  ମାତ୍ର ତ୍ରୁଟିପୂର୍ଣ୍ଣ ଭାବେ ଔଷଧ ବଦଳରେ କିଛି ଏସିଡ ପରି ତରଳ ପଦାର୍ଥ ଲଗାଇ ଦେଇଥିଲେ। ଫଳରେ ମହିଳାଜଣଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା ।  ତେବେ  ମହିଳାଜଣଙ୍କ ଚିତ୍କାର କରିବାରୁ ମହିଳା ସ୍ଵାସ୍ଥ୍ୟ କର୍ମୀ ସେଠାରୁ ବାହାନା କରି ଖସି  ପଳାଇଥିଲେ  । ଏହି ତ୍ରୁଟିପୂର୍ଣ୍ଣ ଚିକିତ୍ସା ପରେ ମହିଳାଙ୍କ ଶରୀରରେ ପୋଡ଼ି ଯାଇଥିବା ଦାଗ ସୃଷ୍ଟି ହୋଇଛି । ମହିଳାଙ୍କୁ ତାଙ୍କ ସ୍ଵାମୀ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ୍ ମେଡିକାଲ କଲେଜ ସର୍ଜରି ବିଭାଗରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ଏବେ ସୁଧାର ଆସିଛି ।

ଏନେଇ ମହିଳାଙ୍କ ସ୍ୱାମୀ କହିଛନ୍ତି , ଗତକାଲି ଗଡ଼ିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିଲୁ।  ସେଠାରେ ସ୍ୱାସ୍ଥ୍ୟ କର୍ମୀଜଣକ କପର-ଟି ଖୋଲିଥିଲେ। ମାତ୍ର ସେଥିନିମନ୍ତେ ଔଷଧ ବ୍ୟବହାର କରିବା ବଦଳରେ ଏସିଡ଼ ପରି କିଛି ବ୍ୟବହାର କରିଥିଲେ। ଫଳରେ ଶରୀର ଚମଡ଼ା ପୋଡ଼ିଯିବା ପରି କଳା ପଡ଼ିଯାଇଛି। ଭଲ ମଣିଷ ନେଇ ଯାଇଥିଲି। ହେଲେ ଏପରି ଅସୁବିଧାରେ ପଡ଼ିବି ବୋଲି ଜାଣି ନ ଥିଲି।”

ସ୍ୱାସ୍ଥ୍ୟକର୍ମୀଜଣକ ନିଜ ଭୁଲ୍‌ ସ୍ୱୀକାର କରିଥିବା ବେଳେ ମହିଳାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ମହିଳାଜଣକ ଏବେ ବାରିପଦାରେ ଚିକିତ୍ସାଧୀନ ଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଦେଖା ନାହିଁ। ଅପରପକ୍ଷେ, ପାଖରେ ଟଙ୍କା ନ ଥିବାବେଳେ ସ୍ୱାସ୍ଥ୍ୟ କର୍ମୀଙ୍କ ଭୁଲ ଯୋଗୁ ଏପରି ହିନସ୍ତା ଭୋଗୁଥିବାରୁ ଆଇନର ଆଶ୍ରୟ ନେଇପାରନ୍ତି ବୋଲି କହିଛନ୍ତି ତାଙ୍କ ସ୍ୱାମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story