ସପ୍ତାହକ ମଧ୍ୟରେ ୪୦ ଟପିବ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):ମାର୍ଚ୍ଚ ଆରମ୍ଭ ନ ହେଉଣୁ ବଢ଼ିଲାଣି ତାତି। ଆଗକୁ ପାରଦ ଆହୁରି ବଢ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ଦକ୍ଷିଣ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର।  କେବଳ ସେତିକି ନୁହଁ, ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀକୁ ଟପିବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି।