ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ମୋଟ ୧୦ଟିରୁ ପଶ୍ଚିମ ଓଡ଼ିଶାର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୩.୮ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି।
ସେହିପରି ଭବାନୀପାଟଣା ଓ ବଲାଙ୍ଗିରରେ ୪୩ ଡିଗ୍ରୀ, ସମ୍ବଲପୁର ୪୨.୯, ତାଳଚେର ଓ ମାଲକାନଗିରି ୪୨.୪, ହୀରାକୁଦ ୪୨.୧, ଅନୁଗୁଳ ୪୧.୧, ସୋନପୁର ୪୧ ଓ ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି।
ତେବେ କାଳବୈଶାଖୀ ବର୍ଷା ଯୋଗୁ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ୩୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି।