ରାଜ୍ୟରେ ଅସମ୍ଭାଳ ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବି ରାଜ୍ୟରେ ଅନୁଭୁତ ହୋଇଛି ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ହ୍ୟୁମିଡିଟି ମାତ୍ରାଧିକ ଥିବାରୁ ପ୍ରବଳ ଗୁଳୁଗୁଳି ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା। ପଶ୍ଚିମ ଓଡ଼ିଶାରେ ଅବସ୍ଥା ସାଂଘାତିକ ଥିବା ବେଳେ ବଲାଙ୍ଗିରରେ ଆଜି ସର୍ବାଧିକ ୪୪ ଦଶମିକ ୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ସୋନପୁରରେ ମଧ୍ୟ ପାରଦ ୪୪ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର ଓ […]

heat wave in odisha12111

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 07:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବି ରାଜ୍ୟରେ ଅନୁଭୁତ ହୋଇଛି ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ହ୍ୟୁମିଡିଟି ମାତ୍ରାଧିକ ଥିବାରୁ ପ୍ରବଳ ଗୁଳୁଗୁଳି ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ୪୦ ଡିଗ୍ରୀ ଉପରେ ରହିଥିଲା ତାପମାତ୍ରା। ପଶ୍ଚିମ ଓଡ଼ିଶାରେ ଅବସ୍ଥା ସାଂଘାତିକ ଥିବା ବେଳେ ବଲାଙ୍ଗିରରେ ଆଜି ସର୍ବାଧିକ ୪୪ ଦଶମିକ ୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ସୋନପୁରରେ ମଧ୍ୟ ପାରଦ ୪୪ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର ଓ ଟିଟଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ମାଲକାନଗିରି ୪୨.୪, ଭୁବନେଶ୍ୱର ୩୭.୨ ଓ କଟକ ତାପମାତ୍ର ୩୬.୫ ଡିଗ୍ରୀ ରହିଛି।

ସେପଟେ ରାଜ୍ୟର କିଛି ଅଞ୍ଚଳରେ ଆଜି ବର୍ଷା ହୋଇଥିବାରୁ ତାତିରୁ ତ୍ରାହି ମିଳିଛି। ଆଜି ମାଲକାନଗିରି, ଦାରିଙ୍ଗିବାଡ଼ି ଓ ଭବନୀପାଟଣାରେ ବର୍ଷା ହୋଇଛି। ଉପକୂଳ ଅଞ୍ଚଳର କିଛି ଜିଲ୍ଲାରେ ଖୁବଶୀଗ୍ର ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳକି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପଟେ ଆସନ୍ତା ୧୨ କିମ୍ବା ୧୩ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କମିବା ସହ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।

Related story