ତାତିର ପ୍ରକୋପରେ ଅଥୟ ସାରା ଓଡ଼ିଶା
- Published: Wednesday, 07 March 2018
- , Updated: 07 March 2018, 08:13 AM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖରାଦିନ ନ ଆସିବା ପୂର୍ବରୁ ରାଜ୍ୟରେ ଦେଖା ଦେଲାଣି ତାତିର ପ୍ରକୋପ। ରାଜଧାନୀ ଭୁବନେଶ୍ୱରରେ ପାରଦ ୩୯ ଡିଗ୍ରୀ ଛୁଇଁ ଥିବା ବେଳେ ଆଗକୁ ତାତିର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨ ସପ୍ତାହ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୩୯ ଡିଗ୍ରୀ ପାର ହେଉଛି। ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।</p>
<p>ଓଡ଼ିଶାକୁ ଦକ୍ଷିଣ ଦିଗରୁ ବାୟୁ ପ୍ରବାହିତ ହେବା ସହ ମେଘମୁକ୍ତ ଆକାଶ ଯୋଗୁଁ ତାତି ବଢ଼ାଇବ ବୋଲି ପାଣିପାଗ ବିଭାଗ କହିଛି। ଉପକୂଳ ଓଡ଼ିଶା ସହ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଏହାର ପ୍ରଭାବରେ ଓଡ଼ିଶାରେ ଲୁ’ ବୋହିବ। ଯଦି କାଳବୈଶାଖୀ ହୁଏ, ତେବେ ତାପମାତ୍ରା ସାମାନ୍ୟ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।</p>