ଖସୁଛି ପାରଦ, ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ।  ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ । ଗତକାଲି ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।  ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ  ଦାରିଙ୍ଗିବାଡିରେ ୯.୫ ଡିଗ୍ରୀ ତାପମାତ୍ରା  ଥିଲା। ସେହିପରି ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩,କେନ୍ଦୁଝରରେ ୧୨ ଡିଗ୍ରୀ […]

cold

Tapaswini Nayak
  • Published: Tuesday, 01 December 2020
  • , Updated: 01 December 2020, 09:28 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ।  ଅଧିକାଂଶ ସ୍ଥାନରେ ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି ଓ ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼ । ଦେହ ଥରାଇ ଦେଉଛି କୋହଲା ପବନ ।

ଗତକାଲି ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା।  ସୋନପୁରରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ  ଦାରିଙ୍ଗିବାଡିରେ ୯.୫ ଡିଗ୍ରୀ ତାପମାତ୍ରା  ଥିଲା।

ସେହିପରି ଅନୁଗୁଳରେ ୧୦.୬, ଫୁଲବାଣୀରେ ୧୧.୩,କେନ୍ଦୁଝରରେ ୧୨ ଡିଗ୍ରୀ ସେଲସିୟସ  ତାପମାତ୍ରା ରହିଥିଲା।

ଏପଟେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ବି ଓଡିଶା ଉପରେ ଏହାର କିଛି ପ୍ରଭାବ ରହିବନି।  ବରଂ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ।  ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଅଯାଇଛି।

Related story