ଶୀତ ଲହରୀ ସାଙ୍ଗକୁ ହେଉଛି ତୁଷାରପାତ

କେନ୍ଦୁଝର/ବଣାଇ/ପଦ୍ମପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ତୁଷାରପାତ ହୋଇଛି। ଜିଲ୍ଲାର ସଦର ବ୍ଲକର ବାଉରିପଦା , ରାଇସୁଆଁ, ବଡ଼ବିଲ, ତଣ୍ଡିଯୋଡ଼ା, କାଞ୍ଜିପାଣି ଓ କିରିବୁରୁ ସମେତ ବିଭିନ୍ନ ସ୍ଥାନରେ ତୁଷାରପାତର ଛିଟା ଦେଖିବାକୁ ମିଳିଛି। କାଞ୍ଜିପାଣି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ତୁଷାରପାତ ହୋଇଥାଏ। ହେଲେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବାରୁ ଲୋକେ ଏହାର ମଜା ନେଉଛନ୍ତି। ଶୁକ୍ରବାର ରାତିରେ କେନ୍ଦୁଝରର ତାପମାତ୍ରା ୫.୬ ଡିଗ୍ରୀ ଥିଲା। ଯାହା ଏଥର […]

kjr

Jyoshna Pradhan
  • Published: Saturday, 28 December 2019
  • , Updated: 28 December 2019, 12:47 PM IST

କେନ୍ଦୁଝର/ବଣାଇ/ପଦ୍ମପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ତୁଷାରପାତ ହୋଇଛି। ଜିଲ୍ଲାର ସଦର ବ୍ଲକର ବାଉରିପଦା , ରାଇସୁଆଁ, ବଡ଼ବିଲ, ତଣ୍ଡିଯୋଡ଼ା, କାଞ୍ଜିପାଣି ଓ କିରିବୁରୁ ସମେତ ବିଭିନ୍ନ ସ୍ଥାନରେ ତୁଷାରପାତର ଛିଟା ଦେଖିବାକୁ ମିଳିଛି। କାଞ୍ଜିପାଣି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ତୁଷାରପାତ ହୋଇଥାଏ। ହେଲେ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବାରୁ ଲୋକେ ଏହାର ମଜା ନେଉଛନ୍ତି।

ଶୁକ୍ରବାର ରାତିରେ କେନ୍ଦୁଝରର ତାପମାତ୍ରା ୫.୬ ଡିଗ୍ରୀ ଥିଲା। ଯାହା ଏଥର ରେକର୍ଡ ଭାଙ୍ଗିଛି। ଗତ ଦୁଇ ଦିନ ଧରି ଜିଲ୍ଲାରେ ବର୍ଷା ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗତକାଲି ରାତିରେ ତାପମାତ୍ରା ହଠାତ ତଳକୁ ଖସି ଆସିଥିଲା ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଓ ଟେନ୍ସା ଅଞ୍ଚଳରେ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ଯାହା ଫଳରେ କିଛି ସ୍ଥାନରେ ଆଂଶିକ ବରଫପାତ ହୋଇଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ, ଡଭା, ହରିଡାଟାଲ, ଅନୁଗୁଳ, ସରଗୁଲ ଆଦି ଅଞ୍ଚଳରେ ବରଫପାତ ହୋଇଛି। ଆଜି ସକାଳେ ଲୋକେ ନିଜ ପାଳ ଗଦାରେ ବରଫ ଦେଖିବାକୁ ପାଇଥିଲେ।

Related story