ଧୂଳିଝଡ଼, ବଜ୍ରପାତ ସହ ହାଲ୍‌କା ବର୍ଷା ସମ୍ଭାବନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ। ଏପରିକି ଧୂଳିଝଡ଼ ସହ ବଜ୍ରପାତ ହେବ। ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି। ସେହିପରି ରରୁଆଁ, କରଞ୍ଜିଆ, ଶୁକ୍ରୁଳି, କୁସୁମୀ, ପାଟଣା, ଚମ୍ପୁଆ, କେନ୍ଦୁଝର, ଝୁମ୍ପୁରା, ସାହାରପଡ଼ା, ଯଶୀପୁର, […]

rain1

Manoranjan Sial
  • Published: Thursday, 27 June 2019
  • , Updated: 27 June 2019, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବ। ଏପରିକି ଧୂଳିଝଡ଼ ସହ ବଜ୍ରପାତ ହେବ। ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି।

ସେହିପରି ରରୁଆଁ, କରଞ୍ଜିଆ, ଶୁକ୍ରୁଳି, କୁସୁମୀ, ପାଟଣା, ଚମ୍ପୁଆ, କେନ୍ଦୁଝର, ଝୁମ୍ପୁରା, ସାହାରପଡ଼ା, ଯଶୀପୁର, କବିସୂର୍ଯ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼ପ୍ରମୁଖ ଅଞ୍ଚଳରେ ଭୀଷଣ ବଜ୍ରପାତ ହେବା ନେଇ ସତର୍କ କଲା ପାଣିପାଗ ବିଭାଗ।

ଚଳିତବର୍ଷ ମୌସୁମୀ ୧୧ ଦିନ ବିଳମ୍ୱରେ ଓଡ଼ିଶା ଛୁଇଁଥିଲା। ଫଳରେ ସମଗ୍ର ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଥିଲା। ମାତ୍ର ଯେଉଁ ପରିମାଣରେ ବର୍ଷା ହେବା କଥା, ତାହା ହୋଇନାହିଁ। ଯାହାଫଳରେ ସମଗ୍ର ରାଜ୍ୟରେ ଏବେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ତେବେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇରୁ ତିନି ଦିନ ଭିତରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୩୦ ତାରିଖ ପରେ ରାଜ୍ୟର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

Related story