କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ କେବଳ ଓଡ଼ିଶା ନୁହେଁ, ଆହୁରି ୧୩ଟି ରାଜ୍ୟକୁ ମଧ୍ୟ ଏଭଳି ସତର୍କ ସୂଚନା ଦିଆଯାଇଛି। ମୌସୁମୀ ସକ୍ରିୟ ହୋଇଥିବାରୁ ଦକ୍ଷିଣ ଭାରତରେ ଏବେ ପ୍ରବଳ ବର୍ଷା ହେଉଛି। କର୍ଣ୍ଣାଟକରେ ବେଶୀ ବର୍ଷା ହୋଇଛି। ସେଠାରେ ୨୪ ଘଣ୍ଟା ଭିତରେ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ […]

heavy rain 14 state in india

heavy rain 14 state in india

Rakesh Mallick
  • Published: Monday, 04 June 2018
  • Updated: 04 June 2018, 12:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ବି ମାରିବ। ସେଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେବେ କେବଳ ଓଡ଼ିଶା ନୁହେଁ, ଆହୁରି ୧୩ଟି ରାଜ୍ୟକୁ ମଧ୍ୟ ଏଭଳି ସତର୍କ ସୂଚନା ଦିଆଯାଇଛି।

ମୌସୁମୀ ସକ୍ରିୟ ହୋଇଥିବାରୁ ଦକ୍ଷିଣ ଭାରତରେ ଏବେ ପ୍ରବଳ ବର୍ଷା ହେଉଛି। କର୍ଣ୍ଣାଟକରେ ବେଶୀ ବର୍ଷା ହୋଇଛି। ସେଠାରେ ୨୪ ଘଣ୍ଟା ଭିତରେ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପରିସ୍ଥିତି ଜଟିଳ ହେଉଥିବା ଦେଖି ପାଣିପାଗ ବିଭାଗ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ବର୍ଷା ପରିସ୍ଥିତିର ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଛି।

ଆଣ୍ଡାମାନ-ନିକୋବର, ଆସାମ, ମେଘାଳୟ, ମଣିପୁର, ତ୍ରିପୁରା, ତେଲେଙ୍ଗାନା ରାୟଲସୀମା, ଆନ୍ଧ୍ର ଉପକୂଳ ଓ କେରଳରେ ଆଜି ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos