ବର୍ଷା ଓ ଘନ କୁହୁଡି ନେଇ ସତର୍କ କରାଇଲେ ଏସ୍‌ଆର୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଓ ଘନ କୁହୁଡ଼ି ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ସତର୍କ ସୂଚନା ଜାରି କରିଛନ୍ତି।  ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। ଠିକ୍‌ ସେହିପରି ଆସନ୍ତାକାଲିଠାରୁ ଜାନୁଆରୀ ୧ […]

rain

Manoranjan Sial
  • Published: Wednesday, 29 December 2021
  • , Updated: 29 December 2021, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଓ ଘନ କୁହୁଡ଼ି ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ସତର୍କ ସୂଚନା ଜାରି କରିଛନ୍ତି।  ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି। ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି।

ଠିକ୍‌ ସେହିପରି ଆସନ୍ତାକାଲିଠାରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏସ୍‌ଆର୍‌ସି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ତେଣୁ ପୁଲିସ୍‌ ଓ ପରିବହନ ବିଭାଗ ଏଥିପ୍ରତି ସତର୍କ ରହିବା ପାଇଁ ଏବଂ କୌଣସି ଅଘଟଣକୁ ଏଡ଼ାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି।

ସେପଟେ ଅଦିନିଆ ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିଥିଲେ ବରଗଡ଼ର ଚାଷୀ। ହେଲେ ଅଦିନିଆ ବର୍ଷାରେ ଓଦା ହେବା ପରେ ଗଜା ହେବାକୁ ବସିଛି ଶହ ଶହ ବସ୍ତା ଧାନ। ପଦ୍ମପୁରରେ ମଧ୍ୟ ଚାଷୀଙ୍କ ପାଇଁ କାଳ ହୋଇଛି ଅଦିନିଆ ବର୍ଷା। ଏଥର ଭଲ ବର୍ଷା ହୋଇନଥିବାରୁ ମାଡ଼ ଖାଇଥିଲା ଫସଲ। ଯାହା ବି ଅମଳ ହୋଇଥିଲା, ବିକ୍ରି ବେଳକୁ ଦାଉ ସାଜିଛି ବର୍ଷା। ଧାନ ଓଦା ହୋଇଯିବା ପରେ ଏବେ ଚାଷୀଙ୍କୁ ଘାରିଛି କଟନୀ ଛଟନୀ ଚିନ୍ତା।

Related story