ଆସୁଛି ବଡ଼ ମେଘ, ୫ ଦିନ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ କିମି ବେଗରେ ପବନ ସହ ବଜ୍ରପାତ ଓ ବର୍ଷା ହେବ। ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା, ବଜ୍ରପାତ ଓ ପବନ ହେବ। ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଓ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି। ୟେଲୋ […]

Monsoon_Rain-750x421-750x421

Monsoon_Rain-750x421-750x421

Manoranjan Sial
  • Published: Saturday, 09 May 2020
  • Updated: 09 May 2020, 05:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୫ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ କିମି ବେଗରେ ପବନ ସହ ବଜ୍ରପାତ ଓ ବର୍ଷା ହେବ। ଉପକୂଳ ଓଡ଼ିଶାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା, ବଜ୍ରପାତ ଓ ପବନ ହେବ। ସେଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଓ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବଲାଙ୍ଗିର, ଦେଓଗଡ଼, କୋରାପୁଟ ଓ ରାୟଗଡ଼ା। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ସହ ପବନ ଓ ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାଣ୍ଣିଂ ଜାରି କରି ଭାରତୀୟ ପାଣିପାଗ କେନ୍ଦ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos