ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଲଘୁଚାପ ଗଲା, ଆଉ ଗୋଟିଏ ଆସୁଛି। ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ତମାମ ବର୍ଷା […]

heavy-rain-all-over-odisha

Manoranjan Sial
  • Published: Thursday, 06 August 2020
  • , Updated: 06 August 2020, 06:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ ଲଘୁଚାପ ଗଲା, ଆଉ ଗୋଟିଏ ଆସୁଛି। ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ମଧ୍ୟପ୍ରଦେଶରେ ପହଞ୍ଚିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ତମାମ ବର୍ଷା ହୋଇଛି। ସର୍ବାଧିକ ୯୮.୨ ମିଲିମିଟର ବର୍ଷା ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରାରେ ରେକର୍ଡ କରାଯାଇଛି। ଗତ ୩ ଦିନର ବର୍ଷା ଯୋଗୁଁ ରାଜ୍ୟରେ ବର୍ଷା ଅଭାବ ଜନିତ ସ୍ଥିତିରେ ସୁଧାର ହୋଇଛି। ଏବେ ୨୦ ଜିଲ୍ଲା ସ୍ୱାଭାବିକରୁ ଅଧିକ ଓ ୧୦ ଜିଲ୍ଲା କମ୍‌ ରହିଥିବା ସୂଚନା ମିଳିଛି। ୧୦ ଜିଲ୍ଲାରେ ଆଭରେଜରୁ କମ୍‌ ବର୍ଷା ହୋଇଥିଲେ ମଧ୍ୟ ତାହା ଉତ୍ସାହଜନକ ନୁହେଁ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରହେମାନ ବିଶ୍ୱାସ ଏହା କହିଛନ୍ତି। ୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୯ ଓ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

Related story