୮ ଯାଏ ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତରେ ହେବାରେ ଲାଗିଛି। ଏହାର ପ୍ରଭାବରେ ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ଆଜି ଓ କାଲି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା। ତେଣୁ ଏହି ଜିଲ୍ଲା ଗୁଡିକକ ପାଇଁ ଭୁବନେଶ୍ୱର ଆଞ୍ଚଳିକ […]

heavy-rain

Manoranjan Sial
  • Published: Tuesday, 04 August 2020
  • , Updated: 04 August 2020, 03:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତରେ ହେବାରେ ଲାଗିଛି। ଏହାର ପ୍ରଭାବରେ ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଦେବଗଡ଼, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ଆଜି ଓ କାଲି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା। ତେଣୁ ଏହି ଜିଲ୍ଲା ଗୁଡିକକ ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଲଘୁଚାପ ସକ୍ରିୟ ହେବା ପୂର୍ବରୁ ରବିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତକାଲି ସନ୍ଧ୍ୟା ବେଳେ ଭୁବନେଶ୍ୱର ଆଖାପାଖ ଅଞ୍ଚଳରେ ବର୍ଷା ହୋଇଛି। ଏପରିକି ଘଡଘଡ଼ି ମଧ୍ୟ ମାରିଛି। ଆଜି ସକାଳେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଯାହାଫଳରେ ଲୋକେ ନାନା ଅସୁବିଧାରେ ପଡ଼ିଛନ୍ତି। ଆଜି ଭୁବନେଶ୍ୱର ଆଖପାଖ ଅଞ୍ଚଳ ଆକାଶ ମେଘାଚ୍ଛନ୍ନ ରହିଛି। ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହେଉଛି।

Related story