ପୁରୀ(ମଧୂସୁଦନ ମିଶ୍ର): ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଯାଇଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ବୋହୁଛି। ଖାଲି ବଡଦାଣ୍ଡ କାହିଁକି, ଗୁଣ୍ଡିଚା ମନ୍ଦିର ଓ ବେଳାଭୂମି ଆଦି ସ୍ଥାନ ବର୍ଷା ପାଣିରେ ବୁଡ଼ି ରହିଛି।
ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା ଲାଗି ଉଦ୍ୟମ ଜାରି ରହିଛି।ମେଡିକାଲ ଛକ, ମାଟିତୋଟା ଆଦି ଅଞ୍ଚଳରେ ଅବସ୍ଥା ମଧ୍ୟ ଉଦବେଗଜନକ ରହିଛି।
ଗତକାଲିଠୁ ପୁରୀରେ ୩୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ଲୋକେ ବହୁତ ହଇରାଣ ହରକତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।