ଅତି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଲଘୁଚାପ ଯୋଗୁ ଆଜି ରାଜ୍ୟର ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୋଳ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଏଥିଯୋଗୁ […]

Rain

Rain

Niharika Rout
  • Published: Saturday, 12 June 2021
  • Updated: 12 June 2021, 01:50 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଲଘୁଚାପ ଯୋଗୁ ଆଜି ରାଜ୍ୟର ୬ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୋଳ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ l ଏଥିଯୋଗୁ ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର l

ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା l ଏହାକୁ ଦେଖି ଜିଲ୍ଲାର ତଳୁଆ ଅଞ୍ଚଳ, ଜଳ ଭଣ୍ଡାର ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପମାନ ନିଆଯାଇଛି l ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି l

ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ  କରିଦେଇଛି l ସମସ୍ତ ସହରାଞ୍ଚଳରେ ଯେମିତି ବର୍ଷା ଜଳ ନିଷ୍କାସନରେ ସମସ୍ୟା ନହୁଏ, ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ରହିଥିବା କହିଛନ୍ତି ଜିଲ୍ଲାପାଳ l ବର୍ଷା ଜଳ ନିଷ୍କାସନ ପାଇଁ ପାଣି ପମ୍ପ ବ୍ୟବସ୍ଥା କରାଯାଇଛି l ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l

ବର୍ଷା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯାଇଛି l  ତଳିଆ ଅଂଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି l ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି l

ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନ୍ କାମ ସରିଥିବାବେଳେ ୩ଟି ଲିଙ୍କ୍ ଡ୍ରେନରୁ ୨ଟିର କାମ ସରିଯାଇଛି l ବାକି କାମ ଆସନ୍ତା ୧୫ ତାରିଖରେ ସରିବ ବୋଲି କହିଛନ୍ତି ବିଏମସି କମିଶନର ସଂଜୟ ସିଂ l

ସମସ୍ୟା ଘେରରେ ଥିବା ଲୋକଙ୍କ ସହ ଯୋଗାଯୋଗ ନିମନ୍ତେ ବିଏମସି ପକ୍ଷରୁ ୨ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି l ଅଗ୍ନିଶମ ଓ ବିଏମସି ପକ୍ଷରୁ ପମ୍ପ୍ ସେଟ୍ ମହଜୁଦ ଥିବା ସେ କହିଛନ୍ତି l ଏହାସହିତ ଏନଏଚଏଆଇର ଥିବା ୩ଟି ସ୍ଥାନକୁ ସର୍ବେକ୍ଷଣ କରି ବ୍ୟବସ୍ଥା କରାଯାଇଛି l ସବୁପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସରିଥିବା କହିଛନ୍ତି ବିଏମସି କମିଶନର l

ଅପରପକ୍ଷେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି l

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos