ବାରିପଦାରେ ବନ୍ୟା ସ୍ଥିତି, ଜଳକା ବି ଫୁଲୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ଡ ମାର୍କଡ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ଲାଗି ରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଜରାଳି ଓ ସରାଳି ନଦୀରେ ପାଣି ବଢ଼ି […]

baripada-2

Niharika Rout
  • Published: Wednesday, 26 August 2020
  • , Updated: 26 August 2020, 08:55 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ଡ ମାର୍କଡ ଲୋ ପ୍ରେସରରେ ପରିଣତ ହେବା ଦ୍ୱାରା ରାଜ୍ୟର ଅଧିକାଶଂ ଜିଲ୍ଲାରେ ଲାଗି ରହିଛି ବର୍ଷା। ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ଜରାଳି ଓ ସରାଳି ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।

ଜରାଳି ଓ ସରାଳି ନଦୀରେ ପାଣି ବଢ଼ି ବାରିପଦା ସହରର ତଳିଆ ଅଞ୍ଚଳରେ ପଶିଯାଇଛି। ପାଣି ଘେରରେ ୩, ୧୦, ୧୫, ୧୬ ଓ ୧୭ ନମ୍ବର ୱାର୍ଡ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଆଖିରୁ ନିଦ ହଜି ଯାଇଛି। ତହସିଲଦାର, ଉପଜିଲ୍ଲାପାଳ ଓ ଏଡିଏମ୍‌ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ଥିବା କୁହାଯାଇଛି।

[caption id="attachment_566422" align="aligncenter" width="650"] ଲଗାଣ ବର୍ଷା ଯୋଗୁ ବାରିପଦା ସହରର ଜଳିଆ ଅଞ୍ଚଳରେ ପ୍ରବାହିତ ପାଣି ।[/caption]

ସେହିପରି ଲଘୁଚାପ ଜନିତ ବର୍ଷା ଯୋଗୁଁ  ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ୍ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲିଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀର ଜଳସ୍ତର କ୍ରମଶଃ ବଢ଼ୁଛି।

[caption id="attachment_566420" align="aligncenter" width="650"] ଜଳକା ନଦୀରେ ବଢ଼ୁଛି ଜଳସ୍ତର ।[/caption]

 

ନଦୀର ମଥାନୀଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ଟା ସୁଧା ୬.୪୩ ମିଟରରେ ଜଳ ପ୍ରବାହିତ ହେଉଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍‌ର ୧୦ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ଦେଖା ଦେଇଛି।

https://www.facebook.com/OdishaReporter/posts/3023814404408616

 

Related story