କାଶ୍ମୀର କାଶ୍ମୀର ଲାଗିଲା କେନ୍ଦୁଝର

Ordigital Desk
  • Published: Monday, 23 April 2018
  • , Updated: 23 April 2018, 06:15 PM IST
<p>କେନ୍ଦୁଝର (ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ପଡ଼ିଛି ବରଫର ଆସ୍ତରଣ। ସତେ ଯେମିତି କାଶ୍ମୀର କାଶ୍ମୀର ଲାଗୁଛି। ପ୍ରକୃତରେ ଏହା କାଶ୍ମୀର ନୁହେଁ, ଓଡ଼ିଶାର କେନ୍ଦୁଝର। ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଥିଲା। ରାସ୍ତା ଉପରେ ଜମା ହୋଇଥିଲା କୁଢ଼ କୁଢ଼ କୁଆପଥର। କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଥିଲା। ଲୋକେ ଏହାର ମଜା ଉଠାଇଥିଲେ।</p> <p>ଆଜି ମଧ୍ୟାହ୍ନରେ କେନ୍ଦୁଝର ଆକାଶରେ ଘୋଟି ଆସିଥିଲା କଳା ମେଘ। କାଉଁଳିଆ ପାଗ କରିଥିଲା। ଅପରାହ୍ନ ୪ଟା ପାଖାପାଖି ବିଭିନ୍ନ ସ୍ଥାନରେ କୁଆ ପଥର ବର୍ଷା ହୋଇଥିଲା। ଛାତଠାରୁ ଆରମ୍ଭ କରି ଚଟାଣରେ ଗଦା ହୋଇଥିଲା କୁଢ଼ କୁଢ଼ କୁଆବର୍ଷ। ଏହାର ମଜା ନେଉଛନ୍ତି ପିଲା ଓ ବାହାରୁ ଆସିଥିବା ଲୋକେ। ଯାହା ଓଡିଶା ନା କାଶ୍ମୀର ଭ୍ରମ ସୃଷ୍ଟି କରିଥିଲା।</p> <p>କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବୋହିବା ସହିତ ବର୍ଷା ହୋଇଛି। ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। କିଛି ସ୍ଥାନରେ ବିଜୁଳି ବିଭ୍ରାଟ୍&zwnj; ମଧ୍ୟ ଦେଖାଦେଇଛି। ବର୍ଷା ପାଣି ନିଷ୍କାସିତ ହୋଇନପାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଗରେ ଜମା ହୋଇଛି। ଯାହାଫଳରେ ଲୋକେ ଯିବା ଆସିବାରେ ନାନା ହଇରାଣ ହେଉଛନ୍ତି।</p>

Related story