ପୁଣି ମାଲକାନଗିରିରେ ଲଗାଣ ବର୍ଷା: ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତକାଲିଠାରୁ ପୁଣି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରଭାବିତ ହେଉଛି। ତେଣୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ବାଲିମେଳା ଲୋକେ ମାଲକାନଗିରି ଉପରେ ନିର୍ଭର କରୁଥିଲେ ମଧ୍ୟ ଏବେ ଯାତାୟାତ କରି  ନପାରି ମୁଣ୍ଡରେ ହାତ ଦେଇଛନ୍ତି। ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି […]

flood

Jyoshna Pradhan
  • Published: Friday, 02 August 2019
  • , Updated: 02 August 2019, 08:09 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗତକାଲିଠାରୁ ପୁଣି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କୋରକୋଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୫ ଫୁଟ୍‌ର ପାଣି ପ୍ରଭାବିତ ହେଉଛି। ତେଣୁ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ବାଲିମେଳା ଲୋକେ ମାଲକାନଗିରି ଉପରେ ନିର୍ଭର କରୁଥିଲେ ମଧ୍ୟ ଏବେ ଯାତାୟାତ କରି  ନପାରି ମୁଣ୍ଡରେ ହାତ ଦେଇଛନ୍ତି।

ଲଗାଣ ବର୍ଷା ହେତୁ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏପରି  ବର୍ଷା ଲାଗି ରହିଲେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିବାରୁ ବନ୍ୟା ସ୍ଥିତି ଉପୁଜିଥିଲା। ବର୍ଷା ଯୋଗୁ ପୋଟେରୁ, କାଙ୍କୋରକୋଣ୍ଡା, କନ୍ୟାଶ୍ରମ, ଏମ୍‌ଭି ୯୦ ଓ କୋରକୁଣ୍ଡା ଭଳି ସ୍ଥାନରେ ଥିବା ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହୋଇଥିଲା। ତେଣୁ ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପୋଲ ଉପରେ ପାଣି ପ୍ରଭାବିତ ହୋଇଥିବାରୁ  ଉଭୟ ପଟେ ଗାଡ଼ି ମୋଟର ଅଟକି ରହିଥିଲା।

 

Related story