ଗୋଟିଏ ନ ସରୁଣୁ, ଆଉ ଗୋଟେ ଆସୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ୨୩ରୁ ଆଉ ଏକ ଲଘୁଚାପ ହେବ ନେଇ ସୂଚନା ଆସିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ୨୧ ତାରିଖରେ ବର୍ଷା ସାମାନ୍ୟ କମିଲେ ବି ପୁଣି ସବୁ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହେବ। ସୂଚନାଯୋଗ୍ୟ, ଲଘୁଚାପ […]

rain-1

Tapaswini Nayak
  • Published: Wednesday, 19 August 2020
  • , Updated: 19 August 2020, 04:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ୨୩ରୁ ଆଉ ଏକ ଲଘୁଚାପ ହେବ ନେଇ ସୂଚନା ଆସିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ୨୧ ତାରିଖରେ ବର୍ଷା ସାମାନ୍ୟ କମିଲେ ବି ପୁଣି ସବୁ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ହେବ।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠୁ ବର୍ଷା ଜାରି ରହିଛି। ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story