ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ୧୯ ତାରିଖ ଯାଏଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଆଜି କିମ୍ବା ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା କେବଳ ନୁହେଁ ୭୨ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ।  ଏହାସହିତ ଆକାଶ ମେଘାଚ୍ଛନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ […]

cloud

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 10:02 PM IST

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଆଜି କିମ୍ବା ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା କେବଳ ନୁହେଁ ୭୨ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ।  ଏହାସହିତ ଆକାଶ ମେଘାଚ୍ଛନ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ବର୍ଷା ମାତ୍ରା ଅଧିକ ରହିବ। ତା’ସହିତ ଉପକୂଳ ଓଡ଼ିଶାରେ ମଧ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଆକାଶ ମେଘାଚ୍ଛନ ରହିବା ସହ ଗୁଳୁଗୁଳି ମାତ୍ରା ଯଥେଷ୍ଟ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯେତେବେଳେ ଘୂର୍ଣ୍ଣିବଳୟଟି ୧୯ ତାରିଖରେ ଦକ୍ଷିଣ ଉପକୂଳକୁ ଗତି କରିବ ସେତେବେଳେ ତା’ ପ୍ରଭାବରେ ଉତ୍ତର ଓଡ଼ିଶାରେ ଯେଉଁ ବର୍ଷା ହେଉଥିଲା ତାହା କ୍ରମଶଃ କମିବ। ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିବ।

ମୌସୁମୀ ବାୟୁ ସକ୍ରିୟ ଥିବାରୁ ଏଇ ଘୂର୍ଣ୍ଣିବଳୟ ବର୍ଷା କରିବାରେ ସହାୟକ ହୋଇପାରେ। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ଓ ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ତା’ସହିତ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବରେ ଅଧିକ ବର୍ଷା ହେବ।

ଜୁନ୍ ୧ ତାରିଖରୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୫ ପ୍ରତିଶତ କମ୍ ବର୍ଷା ହୋଇଛି। ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଚଳିତ ଥର ଓଡ଼ିଶାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ତେଣୁ ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବା ଦ୍ୱାରା ୫ ପ୍ରତିଶତ କମ୍‌ ବର୍ଷାର ଅଭାବ ପୂରଣ ହୋଇପାରିବ ବୋଲି ପାଣିପାଗ ବିଭାଗ ଆଶା ରଖିଛି।

Related story