ଆସୁଛି ଆଉ ଏକ ଲଘୁଚାପ, କାଲିଠାରୁ ପ୍ରବଳ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ଲଘୁଚାପ। ଆଣିବ ବର୍ଷା। ମରୁଡ଼ିର ପଦଧ୍ୱନୀ ଭିତରେ ଆଶା ଦେଖାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ। ଆଜି ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଘୁର୍ନିବଳୟ ପ୍ରଭାବରେ ଆସନ୍ତା କାଲି, #୨୮ଅଗଷ୍ଟ ରେ #ଉତ୍ତର-ପଶ୍ଚିମ ତତ-ସଂଲଗ୍ନ #ପଶ୍ଚିମ-କେନ୍ଦ୍ରୀୟ #ବଙ୍ଗୋପସାଗର […]

rain

rain

Manoranjan Sial
  • Published: Friday, 27 August 2021
  • Updated: 27 August 2021, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସୁଛି ଲଘୁଚାପ। ଆଣିବ ବର୍ଷା। ମରୁଡ଼ିର ପଦଧ୍ୱନୀ ଭିତରେ ଆଶା ଦେଖାଇଲା ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ୩ ଦିନ ଯାଏଁ ରାଜ୍ୟରେ ବର୍ଷା ହେବ।

https://twitter.com/mcbbsr/status/1431154244296450054?s=20

ପାଣିପାଗ ବିଭାଗର କହିବା ଅନୁଯାୟୀ, ଆସନ୍ତାକାଲିଠୁ ୩ ଦିନ ଯାଏଁ ବର୍ଷା ହେବ। ଆଜି ଉତ୍ତର ପଶ୍ଚିମ ତଥା ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ସ୍ୱାଭାବିକ ଭାବେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୋଳ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ।

ସୂଚନାରୁ ପ୍ରକାଶ, ଚଳିତବର୍ଷ ଆବଶ୍ୟକତାଠାରୁ କମ୍‌ ବର୍ଷା ହୋଇଛି। ଯେଉଁଥିପାଇଁ ଧାନ କିଆରି ଶିଖିବାକୁ ବସିଲାଣି। ଚାଷ ଜମି ଫାଟି ଆଁ କରିଛି। ବର୍ଷା ନହେଲେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି। ସେପଟେ ଜଳ ଭଣ୍ଡାରେ ମଧ୍ୟ ସମାନ ସ୍ଥିତି। ପାଣି ଶୁଖି ଯିବାକୁ ବସିଲାଣି। ସେପରି ସ୍ଥିତିରେ କେମିତି ହେବ ଚାଷ? ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଚାଷୀ ଭାଇଙ୍କ ପାଇଁ ଖୁସି ଖବର ନେଇ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story