ଲଘୁଚାପ ସ୍ଥିର: ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ, ବିପଦ ସଙ୍କେତ ଟପିଲା ମଥାନି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହେଉଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି। ନୟାପଲ୍ଲୀ, ଜୟଦେବ ବିହାର, ସିଆର୍‌ପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି। […]

heavy-rain

heavy-rain

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 08:46 AM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସ୍ଥିର ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ହେଉଛି। ମିଳିଥିବା ସୂଚନା ମୁତାବକ ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ୱରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି।

ନୟାପଲ୍ଲୀ, ଜୟଦେବ ବିହାର, ସିଆର୍‌ପି ଛକ, ପାଇକ ନଗରରେ ପାଣି ଜମା ହୋଇ ରହିଛି। ଏପରିକି କିଛି ଅଞ୍ଚଳର ଲୋକଙ୍କ ଘରେ ପାଣି ପସି ଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, କଟକ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ବିଭାଗ।

ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ମଥାନି ନିକଟରେ ଜଳକା ନଦୀ ବିପଦ ସଙ୍କେତ ପରେ ପ୍ରବାହିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos