ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇ ସାରିଛି। ଏହା ପ୍ରଭାବରେ ଉତ୍ତର-ଓଡ଼ିଶାର କେତକ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି |
ଲଘୁଚାପ କ୍ଷେତ୍ରଟି ୱେଲମାର୍କ ଲୋ ପ୍ରେସର ଏରିଆରେ ପରିଣତ ହେବା ପରେ ବାଙ୍ଗଲାଦେଶ ଉପକୂଳ ଓ ପଶ୍ଚମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଏହି କ୍ଷେତ୍ର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ମଧ୍ୟ ଦେଇ ଯିବାର ସମ୍ଭାବନର ରହିଛି।
ଏହା ପ୍ରଭାବରେ ଆଗାମୀ ୨୪ଘଣ୍ଟାରେ ଓଡିଶା ଉପରେ ଲଘୁଚାପର ସର୍ବାଧିକ ପ୍ରଭାବ ଦେଖାଦେବାର ସମ୍ଭାବନା ରହିଛି। ଆସନ୍ତାକାଲି ଯାଏଁ ରାଜ୍ୟର କେତେକ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା ରହିଛି ।
ଆସନ୍ତା କାଲି ସକାଳ ୮ଟା ୩୦ ସୁଦ୍ଧା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାବାଦ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଟି ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିପରି ୩୦ ତାରିଖ ସକାଳ ୮ଟା ୩୦ରୁ ୩୧ ତାରିଖ ସକାଳ ୮ଟା୩୦ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ୟାଲୋ ୱାର୍ଣ୍ଣି ଜାରି ହୋଇଛି। ଏହି ସବୁ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାବାଦ ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।