ଓଡ଼ିଶାକୁ ଘନେଇଲା ବାତ୍ୟା ଭୟ, ୧୮ରୁ ଏହି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଘନେଇଲା ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସୁଦ୍ଧା ଡିପ୍ରେସନ୍‌ର ରୂପ ନେଇଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ‘ଆମ୍ଫାନ୍‌’ର ନାଁ ନେଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗକୁ ଗତିକରିବ। ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ତେବେ ଏହି ବାତ୍ୟା ବାଲାଂଦେଶ, ପଶ୍ଚିମବଙ୍ଗ କିମ୍ବା ଉତ୍ତର ଓଡ଼ିଶା କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ […]

heavy-rain

heavy-rain

Manoranjan Sial
  • Published: Friday, 15 May 2020
  • Updated: 15 May 2020, 08:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ଘନେଇଲା ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସୁଦ୍ଧା ଡିପ୍ରେସନ୍‌ର ରୂପ ନେଇଛି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ‘ଆମ୍ଫାନ୍‌’ର ନାଁ ନେଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗକୁ ଗତିକରିବ। ପରେ ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ତେବେ ଏହି ବାତ୍ୟା ବାଲାଂଦେଶ, ପଶ୍ଚିମବଙ୍ଗ କିମ୍ବା ଉତ୍ତର ଓଡ଼ିଶା କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହାର ପ୍ରଭାବରେ ୧୮ ତାରିଖରୁ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଆରମ୍ଭ ହୋଇଯିବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପବନ ବୋହିବ।

ବିଶେଷକରି ୧୮ରେ ଗଜପତି, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଏବଂ ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୮ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କିଲୋମିଟର ରହିବ। ସ୍ଥଳ ବିଶେଷରେ ୬୫ କିଲୋମିଟର ଓ ୧୯ ତାରିଖ ଦିନ ଏହା ଆହୁରି ବଢ଼ି ୬୫ରୁ ୭୫ କିଲୋମିଟର ଏବଂ ସ୍ଥଳ ବିଶେଷରେ ୮୫ କିଲୋମିଟର ପର୍ଯ୍ୟନ୍ତ ବହିବାର ସମ୍ଭାବନା ଥିବା ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଆମ୍ଫନ୍‌’ର ଓଡ଼ିଶା ଉପରେ ପ୍ରଭାବକୁ ନେଇ ବିଚାରବିମର୍ଶ କରାଯିବା ସହ ପ୍ରଶାସନିକସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା କରି ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ , ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ କ’ଣ କହୁଛି, କେଉଁଠି ଏହା ଲ୍ୟାଣ୍ଡଫଲ୍ କରିବ ତାହା ଭିନ୍ନ କଥା। କିନ୍ତୁ ବାତ୍ୟାକୁ ହାଲୁକା ଭାବେ ନନେଇ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଆର୍ନ୍ତଜାତିକସ୍ତରରେ ସୁନାମ ପାଇଛି। ତେଣୁ ଏଭଳି ସ୍ଥିତିରେ କ’ଣ କରିବାକୁ ପଡ଼ିବ ତାହା କହିବା ଅନାବଶ୍ୟକ ବୋଲି କହିବା ସହ ଜିରୋ କାଜୁଆଲିଟି ନୀତିକୁ ପାଳନ ନିମନ୍ତେ ପରାମର୍ଶ ଦେଇଛନ୍ତି।

ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ନିମନ୍ତେ ପ୍ରସ୍ତୁତି ଓ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ସେଠାରେ ଜେନେରେଟର, ଟାୱାର ଲାଇଟ୍ , ଶୁଖିଲା ଖାଦ୍ୟ ସାମଗ୍ରୀ ଓ କରୋନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ପାଳନ ନିମନ୍ତେ ଅଧିକ ସଂଖ୍ୟକ କୋଠା ଘରକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ଚିହ୍ନଟ ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପୁଲିସ୍ ବାହିନୀ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ଓଡ୍ରାଫ ଟିମକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆବଶ୍ୟକ ସରଞ୍ଜାମ ସମେତ ପୁଲିସକୁ ମୁତୟନ ନିମନ୍ତେ ପରାମର୍ଶ ଦିଆଯାଇଛି। ଅନ୍ୟାନ୍ୟ ବିଭାଗଗୁଡ଼ିକ ପାଇଁ ମଧ୍ୟ ଏସଓପି ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ୍ତ କୁମାର ଜେନା କହିଛନ୍ତି ଯେ, ଜିଲ୍ଲାପାଳମାନଙ୍କୁ ସାଟେଲାଇଟ୍ ଫୋନ୍‌, ଓଡ୍ରାଫ ଓ ଅନ୍ୟମାନଙ୍କ ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଇଡବ୍ଲ୍ୟୁଡିଏସ୍ ଯଥା ଡିଏମଆର, ସାଇରନ ଟାୱାର ଆଦି ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରର ଜଳସ୍ତରକୁ ତଦାରଖ କରିବା, କୃଷି ବିଭାଗକୁ ଚାଷୀଙ୍କ ପାଇଁ ପରାମର୍ଶନାମା ଜାରି, ସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ମେଡିସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ରଖିବା ନିମନ୍ତେ ଏସଓପି ଅନୁସାରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି।

ଆଜିଠୁ ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଶେଷ କରି ଅନେକ ବାତ୍ୟା ଆଶ୍ରୟସ୍ଥଳ ଏବେ କୋଭିଡ୍ ମୁକାବିଲା ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର କିମ୍ବା ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଭାବେ ବ୍ୟବହାର ହେଉଥିବାରୁ ତା’ର ବିକଳ୍ପ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର କୂଳରୁ ୩ କିଲୋମିଟର ଭିତରେ ଥିବା ଅସ୍ଥାୟୀ ମେଡିକାଲ୍‌ ସେଣ୍ଟର (ଟିଏମ୍‌ସି)କୁ ସ୍ଥାନାନ୍ତର ପାଇଁ ଯୋଜନା ଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେହିପରି ଆଶ୍ରୟ ସ୍ଥଳଗୁଡ଼ିକର ଦାୟିତ୍ୱ ଦୁଇ ଜଣ ଲେଖାଏଁ ଶିକ୍ଷକଙ୍କୁ ନିୟୋଜିତ କରାଯିବ।

‘କରୋନା’ ବିପତ୍ତିରୁ ମୁକୁଳିବାକୁ ବାଟ ପାଉ ନଥିବା ଉପକୂଳବାସିନ୍ଦାଙ୍କୁ ଆତଙ୍କିତ କରିଦେଇଛି ବାତ୍ୟା ଖବର। ବିଶେଷକରି ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଭଳି ଜିଲ୍ଲାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବାକୁ ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ସ୍ଥିତିରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story