ଭଲ ଖବର: ଜୁନ୍‌ ୩୦ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲେ ହେଁ ଆଶାନୁରୂପ ବର୍ଷା ହୋଇନାହିଁ। ବରଂ ଦିନକୁ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚାଷୀକୁଳ ଠାରୁ ଆରମ୍ଭ କରି ସାଧାରଣ ଲୋକ ଚିନ୍ତାରେ ଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କର ପୂର୍ବାନୁମାନ ସେମାନଙ୍କୁ ଆଶ୍ୱସ୍ତ କରିଛି। ଆସନ୍ତା ୩୦ ତାରିଖରୁ ରାଜ୍ୟରେ ପାଗ ବଦଳି ଯିବ ଓ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ। ଆସନ୍ତା ୩୦ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଗୋଟିଏ ଦିନ […]

WE

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 05:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିଲେ ହେଁ ଆଶାନୁରୂପ ବର୍ଷା ହୋଇନାହିଁ। ବରଂ ଦିନକୁ ଦିନର ତାପମାତ୍ରା ବଢ଼ିବାରେ ଲାଗିଛି। ଏହାକୁ ନେଇ ଚାଷୀକୁଳ ଠାରୁ ଆରମ୍ଭ କରି ସାଧାରଣ ଲୋକ ଚିନ୍ତାରେ ଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କର ପୂର୍ବାନୁମାନ ସେମାନଙ୍କୁ ଆଶ୍ୱସ୍ତ କରିଛି।

ଆସନ୍ତା ୩୦ ତାରିଖରୁ ରାଜ୍ୟରେ ପାଗ ବଦଳି ଯିବ ଓ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ। ଆସନ୍ତା ୩୦ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଗୋଟିଏ ଦିନ ପରେ ଅବପାତର ରୂପର ନେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଡ.ଶରତ ଚନ୍ଦ୍ର ସାହୁ କହିଛନ୍ତି, ୩୦ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜୁଲାଇ ୨ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଜୁନ୍‌ ୩୦ ମଧ୍ୟାହ୍ନ କିମ୍ବା ରାତିରୁ ବର୍ଷା ଆରମ୍ଭ ହେବ। ଧୀରେଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

ଏଭଳି ବର୍ଷା ଜୁଲାଇ ୩ ଯାଏ ସମଗ୍ର ରାଜ୍ୟରେ ଜାରି ରହିବ। ବିଶେଷ କରି ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, ସୋନପୁର, ବରଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପବନର ଘଣ୍ଟା ପ୍ରତି ବେଗ ୪୫ରୁ ୬୦ କିମି ରହିବ। ଅନ୍ୟପକ୍ଷରେ ଜୁନ୍‌ ୨୮ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୩୪ରୁ ୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ଥିବା ଡ.ସାହୁ ଆକଳନ କରିଛନ୍ତି।

Related story