ବୁଲବୁଲ୍ : କାଲି ଅପରାହ୍ନରୁ ପବନ, ଉତ୍ତର ଓଡ଼ିଶାରେ କ୍ଷୟକ୍ଷତି ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପ୍ରଭାବରେ ଆସନ୍ତାକାଲି ଅପରାହ୍ନରୁ ଓଡ଼ିଶା ଉପକୂଳରେ ବର୍ଷା ଓ ପବନ ବୋହିବାର ଆଶଙ୍କା ରହିଛି। ଏହାସହିତ ବୁଲବୁଲ୍ ପ୍ରଭାବରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବଙ୍ଗୋପସାଗରରେ ‘ବୁଲବୁଲ’ ଏବେ ପାରାଦୀପଠୁ ୬୫୦କିମି ଦୂରରେ ରହିଥିବାବେଳେ ଘଣ୍ଟାପ୍ରତି ୧୫କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ତେବେ ଏହା କେଉଁଠି ସ୍ଥଳଭାଗ […]

oman

oman

Tapas Behera
  • Published: Thursday, 07 November 2019
  • Updated: 07 November 2019, 06:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ବୁଲବୁଲ’ ପ୍ରଭାବରେ ଆସନ୍ତାକାଲି ଅପରାହ୍ନରୁ ଓଡ଼ିଶା ଉପକୂଳରେ ବର୍ଷା ଓ ପବନ ବୋହିବାର ଆଶଙ୍କା ରହିଛି। ଏହାସହିତ ବୁଲବୁଲ୍ ପ୍ରଭାବରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବଙ୍ଗୋପସାଗରରେ ‘ବୁଲବୁଲ’ ଏବେ ପାରାଦୀପଠୁ ୬୫୦କିମି ଦୂରରେ ରହିଥିବାବେଳେ ଘଣ୍ଟାପ୍ରତି ୧୫କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି।

ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ଓଡ଼ିଶା ପ୍ରତି ବିଶେଷ ବିପଦ ନଥିବା ଆକଳନ କରାଯାଉଛି। କିନ୍ତୁ ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ୮ତାରିଖ ଅପରାହ୍ନରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୬୫କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ୯ତାରିଖ ସନ୍ଧ୍ୟା ସୁଦ୍ଧା ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନର ବେଗ ବୃଦ୍ଧି ପାଇଁ ୯୦କିମି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧୦ତାରିଖରେ ପୁରୀ, ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ମଧ୍ୟ ଘଣ୍ଟାପ୍ରତି ୪୦ରୁ ୬୦କିମି ବେଗରେ ପବନ ବୋହିବାର ଆଶଙ୍କା କରାଯାଇଛି।

ସାମୁଦ୍ରିକ ଝଡ଼ ଯୋଗୁ  ୮ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ। ବୁଲବୁଲ୍ ଆଶଙ୍କାରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚାଳଛପର ଘର, ଆଜବେଷ୍ଟସ୍ ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାବେଳେ ବିଦ୍ୟୁତ ଓ ଯୋଗାଯୋଗ ଆଂଶିକ କ୍ଷତିଗ୍ରସ୍ତ ହେବ । ବିଦ୍ୟୁତ ଓ ଟେଲିଫୋନ୍ ଖୁଣ୍ଟି ଉପୁଡ଼ିବାର ସମ୍ଭାବନା ରହିଛି। ବନ୍ୟା ଜଳ ଯୋଗୁ ପକ୍କା ରାସ୍ତା ଓ ମାଟି ରାସ୍ତା ମଧ୍ୟ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେବ।  ବଡ଼ ବଡ଼ ଗଛ ଉପୁଡ଼ିବା ସହ ବିଭିନ୍ନ ପ୍ରକାରର ଗଛ ଡାଳ, କଦଳୀ ଓ ଅମୃତ ଭଣ୍ଡା ଗଛ ଭାଙ୍ଗିବାର ଆଶଙ୍କା ରହିଛି।

ବୁଲବୁଲକୁ ଦୃଷ୍ଟିରେ ରଖି ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାର ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯିବା ସହ ବେଳାଭୂମିରେ ବୁଲାବୁଲି ନକରିବା, ସମୁଦ୍ର ଭିତରକୁ ଡଙ୍ଗା ନେଇ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶା ଉପକୂଳରେ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ୭ତାରିଖ ରାତି ସୁଦ୍ଧା ଫେରିବା ପାଇଁ ପରାମର୍ଶ ଦିାଯାଇଛି। ୮ରୁ ୧୦ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସନ୍ତାକାଲିଠୁ ଦୁଇଦିନ ପାଇଁ ବନ୍ଦ ଘୋଷଣା କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos