ପାରଳାଖେମୁଣ୍ଡିରେ ହେଲିକପ୍ଟର ଉଡିବାକୁ ନେଇ ହଇଚଇ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପିଲାମାନେ ପଡ଼ିଆରେ ଖେଳୁଥିଲେ। ହଠାତ୍‌ ଗୋଟିଏ ହେଲିକପ୍ଟର ଆକାଶରୁ ତଳକୁ ଖସି ଆସିଥିଲା। ଏହା ଦେଖି ପଡ଼ିଆ ମଝିରେ ଖେଳୁଥିବା ପିଲାମାନେ ଯିଏ ଯେଉଁଆଡ଼େ ପାଇଲେ ଧାଇଁ ପଳାଇ ଗଲେ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଷ୍ଟାଡିୟମ୍‌ରେ। ପୂରା ଘଟଣା ଏମିତି। ଆଜି ଅପରାହ୍ନ ପ୍ରାୟ ୫ଟା ହେବ। ଛୋଟ ଛୋଟ ପିଲାମାନେ ଗଜପତି ଷ୍ଟାଡିୟମ୍‌ରେ ଖେଳୁଥିଲେ। ଏହି ସମୟରେ ହଠାତ ଗୋଟିଏ ହେଲିକପ୍ଟର ତଳକୁ ଖସି ଆସିଥିଲା। ମାଟିଠାରୁ […]

Paralakhemundi

Manoranjan Sial
  • Published: Saturday, 08 January 2022
  • , Updated: 08 January 2022, 05:51 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପିଲାମାନେ ପଡ଼ିଆରେ ଖେଳୁଥିଲେ। ହଠାତ୍‌ ଗୋଟିଏ ହେଲିକପ୍ଟର ଆକାଶରୁ ତଳକୁ ଖସି ଆସିଥିଲା। ଏହା ଦେଖି ପଡ଼ିଆ ମଝିରେ ଖେଳୁଥିବା ପିଲାମାନେ ଯିଏ ଯେଉଁଆଡ଼େ ପାଇଲେ ଧାଇଁ ପଳାଇ ଗଲେ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଷ୍ଟାଡିୟମ୍‌ରେ।

ପୂରା ଘଟଣା ଏମିତି। ଆଜି ଅପରାହ୍ନ ପ୍ରାୟ ୫ଟା ହେବ। ଛୋଟ ଛୋଟ ପିଲାମାନେ ଗଜପତି ଷ୍ଟାଡିୟମ୍‌ରେ ଖେଳୁଥିଲେ। ଏହି ସମୟରେ ହଠାତ ଗୋଟିଏ ହେଲିକପ୍ଟର ତଳକୁ ଖସି ଆସିଥିଲା। ମାଟିଠାରୁ ପାଖାପାଖି ୨ରୁ ୩ ଫୁଟ୍‌ ଉପରେ ଉଡିଥିଲା। ଦୁଇ ଥର ପଡ଼ିଆରେ ଚକ୍କର କାଟିଥିଲା। ହେଲିକପ୍ଟର ପଙ୍ଖା ପବନରେ ପ୍ରବଳ ବେଗରେ ଧୂଳି ଉଠିଥିଲା। ଫଳରେ ପିଲାମାନେ ଦୌଡ଼ି ପଳାଇ ଯାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହେଲିକପ୍ଟରଟି ପଡ଼ିଆ ମଝି ଅବତରଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ସଫଳ ହୋଇନଥିଲା। ପରେ ହେଲିକପ୍ଟରଟି ପଳାଇ ଯାଇଥିଲା। ମାତ୍ର ଏନେଇ ଜିଲ୍ଲା ପ୍ରଶାସନ ବା ପୁଲିସ୍‌ ପାଖରେ କୌଣସି ଖବର ନାହିଁ। ସେପଟେ ଏହି ହେଲିକପ୍ଟରଟି କାହାର ଓ କାହିଁକି ପଡ଼ିଆରେ ଅଳ୍ପ ଦୂରରେ ଉଡୁଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

https://youtu.be/GG8W4YTnM4Q

Related story