୧୨୦୦ ବିଜେଡି ବାଇକର ଦେଲେ ମାତ୍ର ୨୫ ହଜାର ଜୋରିମାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହେଲମେଟ ନପିନ୍ଧି ରାଲି କରିବା ଅଭିଯୋଗରେ ବିଜେଡି ନେତା ୨୫ ହଜାର ଟଙ୍କା ଜୋରିମାନା ଲଗାଇଛି କମିଶନରେଟ୍ ପୁଲିସ। ଜଣଙ୍କ ପିଛା ହଜାରେ ଟଙ୍କା ଜୋରିମାନା ରହିଛି। ଡିସେମ୍ୱର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ଥିଲା। ଏହି ଅବସରରେ ବିଜେଡି ୧୨୦୦ ବାଇକକୁ ଏକାଠି କରି ଭୁବନେଶ୍ୱରରେ ବାଇକ୍ ରାଲି କରିଥିଲା। ବାଇକ ଚଳାଇଥିବା କିମ୍ବା ବାଇକ୍‌ରେ ବସିଥିବା କୌଣସି ବିଜେଡି କର୍ମୀ ହେଲ୍‌ମେଟ ପିନ୍ଧି ନଥିଲେ। କମିଶନରେଟ ପୁଲିସ କିନ୍ତୁ ଏବାବଦରେ […]

CP BJD

CP BJD

Subhransu Sekhar
  • Published: Tuesday, 31 December 2019
  • Updated: 31 December 2019, 05:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହେଲମେଟ ନପିନ୍ଧି ରାଲି କରିବା ଅଭିଯୋଗରେ ବିଜେଡି ନେତା ୨୫ ହଜାର ଟଙ୍କା ଜୋରିମାନା ଲଗାଇଛି କମିଶନରେଟ୍ ପୁଲିସ। ଜଣଙ୍କ ପିଛା ହଜାରେ ଟଙ୍କା ଜୋରିମାନା ରହିଛି। ଡିସେମ୍ୱର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ଥିଲା। ଏହି ଅବସରରେ ବିଜେଡି ୧୨୦୦ ବାଇକକୁ ଏକାଠି କରି ଭୁବନେଶ୍ୱରରେ ବାଇକ୍ ରାଲି କରିଥିଲା। ବାଇକ ଚଳାଇଥିବା କିମ୍ବା ବାଇକ୍‌ରେ ବସିଥିବା କୌଣସି ବିଜେଡି କର୍ମୀ ହେଲ୍‌ମେଟ ପିନ୍ଧି ନଥିଲେ। କମିଶନରେଟ ପୁଲିସ କିନ୍ତୁ ଏବାବଦରେ ସେଦିନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଡିସେମ୍ବର ୨୮ ତାରିଖ ଦିନ ଓଡ଼ିଶା ରିପୋର୍ଟରରେ ପ୍ରଥମେ ଏ ବାବଦରେ ଖବର ପ୍ରକାଶ ପାଇଥିଲା। ଏହାପରେ ସୋଶାଲ ମିଡିଆରେ ଏହି ଖବର ଏକ ପ୍ରକାର ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହାପରେ କମିଶନରେଟ ପୁଲିସ ବାଧ୍ୟ ହୋଇ ୨୮ ତାରିଖ ସଂଧ୍ୟାରେ ଟୁଇଟ୍ କରି କହିଥିଲା କାର୍ଯ୍ୟାନୁଷ୍ଠାନ ହେବ ବୋଲି। ହେଲେ ବିଜେଡି କର୍ମୀ ବୋଲି କହିବାକୁ ପଛଘୁଞ୍ଚା ଦେଇଥିଲା। ତାଳି ପକାଇବାକୁ ଯାଇ ଦେଶର ସମସ୍ତ ରାଲିରେ ଏଭଳି ହେଉଛି ବୋଲି କମିଶନରେଟ ପୁଲିସ କହିଥିଲା। ଯାହାକୁ ରିଟୁଇଟ୍ କରିଥିଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ। ସେ ଏବେ କମିଶନରେଟ ପୁଲିସର ମୁଖ୍ୟ ରହିଛନ୍ତି।

ଏବେ ବିଳମ୍ୱରେ ହେଉ ପଛେ କମିଶନରେଟ ପୁଲିସ ଜନତାଙ୍କୁ ଉତ୍ତର ଦେବାକୁ ଯାଇ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛି। ଏବେ ଏହି ଜୋରିମାନା ରାଶିକୁ ନେଇ ପ୍ରଶ୍ନ ଉଠିଛି। ଆଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ ପୁଲିସ ଶାସକ ଦଳ ପ୍ରତି ଥିବା ଦୁର୍ବଳତାକୁ ଦର୍ଶାଇଛି। ଯାହାକି ପୁଲିସ ଆଖିରେ ବିଜେଡି ନେତା ଓ କର୍ମୀଙ୍କ ପାଇଁ ଆଇନ ଗୋଟିଏ ଏବଂ ବାକି ଲୋକଙ୍କ ପାଇଁ ଆଉ ଗୋଟିଏ ବୋଲି ସ୍ପଷ୍ଟ ଚିତ୍ରିତ ହୋଇଛି। ୧୨୦୦ ବାଇକର୍‌ ରାଲିରେ ହେଲମେଟ ପିନ୍ଧିନଥିବା ଅଭିଯୋଗରେ କମିଶନରେଟ ପୁଲିସ ମାତ୍ର ୨୫ ହଜାର ଟଙ୍କା ଜୋରିମାନା କରିଛି।

ହେଲମେଟ ନପିନ୍ଧିଲେ ୧ ହଜାର ଟଙ୍କା ଜୋରିମାନା ସରକାର ଘୋଷଣା କରିଛନ୍ତି। ଏବେ ଦୁଇ ଜଣ ହେଲମେଟ ପିନ୍ଧିନଥିବା ବେଳେ ପ୍ରତି ଗାଡ଼ି ପିଛା ୨ ହଜାର ଟଙ୍କା ଜୋରିମାନା ଆଦାୟ କରିବାର ଥିଲା। ପ୍ରତି ଗାଡ଼ି ପିଛା ଦୁଇ ହଜାର ହେଲେ ୧୨୦୦ ଗାଡ଼ିକୁ ୨ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରିବାର ଥିଲା। ହେଲେ କେଉଁ ଆଧାରରେ କମିଶନରେଟ ପୁଲିସ ବିଜେଡି ନେତାଙ୍କ ଉପରେ ମାତ୍ର ୨୫ ହଜାର ଟଙ୍କା ଜୋରିମାନା ଲଗାଇଲା? ଭୁବନେଶ୍ୱରରେ କମିଶନରେଟ ପୁଲିସ ସିସି ଟିଭି ଯାଞ୍ଚ କରିଥିଲା? ନା ସୋଶାଲ ମିଡିଆରେ ଓଡ଼ିଶା ରିପୋର୍ଟରର ଖବରରେ ଜନତା କମିଶନରେଟ ପୁଲିସର ଧଜିଆ ଉଡ଼ାଇବା ପରେ ଏଭଳି ବାଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛି।

ଗତ ସପ୍ତାହରେ ଶନିବାର ଦିନ ଟ୍ରାଫିକ ନିୟମ ଭାଙ୍ଗିଥିବା ଦର୍ଶାଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଟ୍ରାଫିକ ପୁଲିସ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବସିଥିବା ସ୍କୁଟି ମାଲିକଙ୍କ ନାମରେ ଚାଲାଣ କାଟିଛି। ଶନିବାର ଦିନ ଉଭୟ ସ୍କୁଟି ମାଲିକ ଓ ପ୍ରିୟଙ୍କା ହେଲେମେଟ ନପିନ୍ଧି ଯାଉଥିଲେ। ଟ୍ରାଫିକ ଆଇନ ନିୟମ ଅନୁଯାୟୀ ସହଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟ। ହେଲେ ଉଭୟ ଗାଡ଼ି ଚାଳକ ଏବଂ ପ୍ରିୟଙ୍କା ହେଲେମେଟ ପିନ୍ଧିନଥିବାରୁ ୬,୩୦୦ ଟଙ୍କାର ଚାଲାଣ କାଟିଛି ଟ୍ରାଫିକ। ସ୍କୁଟିର ନମ୍ୱର UP୩୨ HB ୮୨୭୦ ରହିଛି। ଏହି ସ୍କୁଟିଟି କଂଗ୍ରେସ ନେତା ଧୀରଜ ଗୁଜ୍ଜରଙ୍କ ନାମରେ ରହିଛି।

ଏବେ ପୁଲିସ କେଉଁ ଆଧାରରେ ବିଜେଡି ନେତାଙ୍କ ପାଖରୁ ୨୫ ହଜାର ଟଙ୍କା ଆଦାୟ କଲା? ତା’ର ହିସାବ କିଏ ଦେବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos