କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ଗରିବଙ୍କୁ ସହାୟତା ଦେଉ ଓଡ଼ିଶା: ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିର ମୁକାବିଲା ପାଇଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ ଜାରି ରଖିଥିଲେ ମଧ୍ୟ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡ଼ିଶାର ଗରିବଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ସମାଜର ସବୁଠୁ ତଳସ୍ତରର ଗରିବ ଲୋକମାନେ ଯେଭଳି ହଇରାଣ […]

pradip--1

pradip--1

Manoranjan Sial
  • Published: Tuesday, 12 May 2020
  • Updated: 12 May 2020, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସ୍ଥିତିର ମୁକାବିଲା ପାଇଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପ୍ରୟାସ ଜାରି ରଖିଥିଲେ ମଧ୍ୟ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡ଼ିଶାର ଗରିବଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନିଅନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ସମାଜର ସବୁଠୁ ତଳସ୍ତରର ଗରିବ ଲୋକମାନେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହରହ ପ୍ରୟାସ କରୁଛନ୍ତି। କରୋନା ବିପତ୍ତି ସମୟରେ ଦେଶର ଗରିବ, ଅସହାୟ, ଦିବ୍ୟାଙ୍ଗ ଆଦି ବର୍ଗର ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଉଜ୍ଜଳା ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ସରକାର ମଧ୍ୟ ଗରିବ ଲୋକମାନଙ୍କୁ ବିଭିନ୍ନ ସାହାଯ୍ୟ ଓ ସହାୟତା ଦେଉଛନ୍ତି। ସହରାଞ୍ଚଳ ଗରିବଙ୍କ ପାଇଁ ଓଡ଼ିଶା ସରକାର ୧୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବ୍ୟବସ୍ଥା ସତ୍ତ୍ୱେ ରାଜ୍ୟର ଅନେକ ସାଧାରଣ ଗରିବ ଲୋକମାନେ ହଇରାଣ ହେଉଛନ୍ତି। ସେମାନଙ୍କୁ ସରକାରୀ ସହାୟତା ମିଳିବାର ଆବଶ୍ୟକତା ରହିଛି। ତେଣୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ପରି ରାଜ୍ୟର ନାଗରିକଙ୍କୁ ମଧ୍ୟ ନୂଆ ନୂଆ ସୁବିଧା ଯୋଗାଇ ଦେବାକୁ ଶ୍ରୀ ନାଏକ ଦାବି କରିଛନ୍ତି ।

କରୋନା ବିପତ୍ତିବେଳେ କର୍ଣ୍ଣାଟକ ସରକାର ନିଜ ରାଜ୍ୟର ବାରିକ, ଧୋବା, ଅଟୋ ଚାଳକ ଓ ନିର୍ମାଣ ଶ୍ରମିକ, ଫୁଲଚାଷୀ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ହସ୍ତତନ୍ତ ଶିଳ୍ପୀ ଓ ବୁଣାକାରଙ୍କୁ ଋଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି । ସେହିପରି ମଧ୍ୟପ୍ରଦେଶ ସରକାର ମଧ୍ୟ ଚାଷୀଙ୍କ ସୁବିଧା ପାଇଁ କ୍ରୟବିକ୍ରୟରେ ମଣ୍ଡି ଶୁଳ୍କକୁ ଦେୟମୁକ୍ତ କରିବା, ବେସରକାରୀ କ୍ଷେତ୍ରରେ ମଣ୍ଡି ସ୍ଥାପନା ପାଇଁ ପ୍ରାବଧାନ,ମଣ୍ଡି ବାହାରେ ଫୁଡ୍ ପ୍ରୋସେସର, ହୋଲସେଲ ବିକ୍ରେତା ଇତ୍ୟାଦିଙ୍କୁ ଚାଷୀଙ୍କଠୁ ଶୀଘ୍ର ଉତ୍ପାଦ କିଣିବାର ପ୍ରାବଧାନ କରିଛନ୍ତି। ଗୋଟିଏ ଲାଇସେନ୍ସରେ ବ୍ୟବସାୟୀମାନେ ଇ-ଟ୍ରେଡିଂ ଇତ୍ୟାଦି କରିବାର ମଧ୍ୟ ପ୍ରାବଧାନ ସେଠାକାର ସରକାର କରିଛନ୍ତି।

ତେଣୁ କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସରକାରଙ୍କ ଭଳି ଓଡ଼ିଶାରେ ଗରିବଙ୍କ ପାଇଁ ଏପରି ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଦାବି କରିବା ସହ ଏଭଳି ବିପତ୍ତି ସମୟରେ ସମାଜର ଗରିବ, ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ରାଜ୍ୟର ଅନ୍ୟ ନାଗରିକମାନେ ବିଶେଷ ଉପକୃତ ହେବା ସହ ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story