ହେ ସରକାର ମୋ ପୁଅକୁ ଫେରାଇ ଆଣ...

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଚାକିରି କରିବାକୁ ଏକମାତ୍ର ପୁଅ ବିଦେଶ ଯାଇଥିଲା। ହେଲେ ଘରକୁ ଫେରୁନାହିଁ। ଅପରାଧୀକ ମାମଲାରେ ସାକ୍ଷୀ ଥିବାରୁ ବିଦେଶୀ ପୁଲିସ ତାଙ୍କୁ ଛାଡ଼ୁନାହିଁ। ସେଥିପାଇଁ ଅସହାୟ ବାପା ନିବେଦନ କରିଛନ୍ତି। ଆଉ କହିଛନ୍ତି, ହେ ସରକାର ମୋ ପୁଅକୁ ଫେରାଇ ଆଣ… ସେ ତା’ ମାଆର ଶୁଦ୍ଧିକ୍ରିୟା କାମରେ ସାମିଲ୍‌ ହେବ। ଢେଙ୍କାନାଳ ଅଞ୍ଚଳର ରଞ୍ଜନ କୁମାର ନନ୍ଦଙ୍କ ପୁଅ ହେଉଛନ୍ତି ସବ୍ୟସାଚୀ। ୨୦୧୪ ମସିହାରେ ଇଞ୍ଜିନିୟରିଂ ପାସ୍‌ କରିଥିଲେ ସବ୍ୟସାଚୀ। ପରେ ଦକ୍ଷିଣ ଆଫ୍ରିକାରେ […]

Ranjan-Kumar-Nanda

Ranjan-Kumar-Nanda

Manoranjan Sial
  • Published: Thursday, 15 July 2021
  • Updated: 15 July 2021, 06:45 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଚାକିରି କରିବାକୁ ଏକମାତ୍ର ପୁଅ ବିଦେଶ ଯାଇଥିଲା। ହେଲେ ଘରକୁ ଫେରୁନାହିଁ। ଅପରାଧୀକ ମାମଲାରେ ସାକ୍ଷୀ ଥିବାରୁ ବିଦେଶୀ ପୁଲିସ ତାଙ୍କୁ ଛାଡ଼ୁନାହିଁ। ସେଥିପାଇଁ ଅସହାୟ ବାପା ନିବେଦନ କରିଛନ୍ତି। ଆଉ କହିଛନ୍ତି, ହେ ସରକାର ମୋ ପୁଅକୁ ଫେରାଇ ଆଣ... ସେ ତା’ ମାଆର ଶୁଦ୍ଧିକ୍ରିୟା କାମରେ ସାମିଲ୍‌ ହେବ।

ଢେଙ୍କାନାଳ ଅଞ୍ଚଳର ରଞ୍ଜନ କୁମାର ନନ୍ଦଙ୍କ ପୁଅ ହେଉଛନ୍ତି ସବ୍ୟସାଚୀ। ୨୦୧୪ ମସିହାରେ ଇଞ୍ଜିନିୟରିଂ ପାସ୍‌ କରିଥିଲେ ସବ୍ୟସାଚୀ। ପରେ ଦକ୍ଷିଣ ଆଫ୍ରିକାରେ ଚାକିରି ପାଇଥିଲେ। ସେ ଦକ୍ଷିଣ ଆଫ୍ରିକାରରେ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବାକୁ ୩ ମାସ ପାଇଁ ଯାଇଥିଲେ। ୨୦୨୦ ମସିହା ଏପ୍ରିଲରେ ତାଙ୍କ ଭିସାର ସମୟ ଅବଧି ସରି ଥିଲା। ସେତେବେଳେ କୋଭିଡ୍‌ ଚାଲିଥିବାରୁ ଜନ୍ମ ମାଟିକୁ ଫେରିପାରିଲେ ନାହିଁ ସବ୍ୟସାଚୀ। ନିଜର ଭିସା ଅବଧି ସରିଯାଇଥିବା ନେଇ ସେ ଭାରତୀୟ ଦୂତାବାସକୁ ଅବଗତ କରାଇ ଥିଲେ।

୨୦୨୧ ଫେବୃଆରୀରେ ସବ୍ୟ ଚାକିରି କରୁଥିବା ଫାର୍ମ ହାଉସ୍‌ର ଘରେ ରହୁଥିଲେ। ବିଳମ୍ୱିତ ରାତିରେ କେତେକ ଦୁର୍ବୃତ୍ତ ମୁହଁରେ କଳାକନା ବାନ୍ଧି ମାରଣାସ୍ତ୍ରୀ ଧରି ସବ୍ୟ ରହୁଥିବା ଘରେ ପଶିଥିଲେ। ପ୍ରଥମେ ତାଙ୍କୁ ପ୍ରବଳ ମାଡ଼ ମାରିଲେ। ତା’ପରେ ତା’ ହାତ ଓ ଗୋଡ଼ ବାନ୍ଧି ଘର ମାଲିକ ପୁଅ ରହୁଥିବା ସେହି ମିଲ୍‌ଡିଂର ଉପର ମହଲାକୁ ନେଇଯାଇଥିଲେ। ସେଠାରେ ତାଙ୍କ ସମ୍ମୁଖରେ ଘର ମାଲିକଙ୍କ ପୁଅକୁ ଦୁର୍ବୃତ୍ତମାନେ ଗୁଳି କରି ମାରି ଦେଇଥିଲେ।

ଏହି ମାମଲାରେ ଦକ୍ଷିଣ ଆଫ୍ରିକା ପୁଲିସ ସବ୍ୟସାଚୀଙ୍କ ଭିସା, ପାସ୍‌ପୋର୍ଟ, ମୋବାଇଲ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିନେଇଛି। ଏ ସମ୍ପର୍କ ସବ୍ୟଙ୍କ ତାଙ୍କ ବାପା ରଞ୍ଜନ କୁମାର ନନ୍ଦଙ୍କୁ ଜଣାଇଥିଲେ। ପରେ ରଞ୍ଜନ ଦକ୍ଷିଣ ଆଫ୍ରିକା ପୁଲିସ ସହିତ କଥା ହୋଇଥିଲେ। ପୁଲିସ କହିଥିଲେ, ଆପଣଙ୍କ ପୁଅ କ୍ରାଇମ୍‌ ୱିଟ୍‌ନେସ୍‌(ସାକ୍ଷୀ) ରହିଛି। ମାମଲାର ଅଗ୍ରଗତି ହେଉନଥିବାରୁ ତାକୁ ଆମେ ଛାଡ଼ି ପାରୁନୁ। ସେପଟେ ପୁଆ ଅଟକ ଥିବା ଜାଣି ଭାଙ୍ଗି ପଡ଼ିଥିଲେ ରଞ୍ଜନଙ୍କ ପତ୍ନୀ। ମାନସିକ ଭାରସାମ୍ୟ ହରାଇ ଗତ ୮ ତାରିଖରେ ପ୍ରାଣ ହରାଇଛନ୍ତି। ଏକମାତ୍ର ପୁଅ ଘରେ ନଥିବାରୁ ରଞ୍ଜନ ନିଜେ ସବୁ କର୍ମକାଣ୍ଡ କରୁଛନ୍ତି।

ବିଦେଶ ମାଟିରେ ବନ୍ଧା ପଡ଼ିବା ପୁଅକୁ ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ଅସହାୟ ବାପା ରଞ୍ଜନ ଆକୁଳ ନିବେଦନ କରିଛନ୍ତି। ଓଡ଼ିଶା ସରକାର, ବୈଦେଶୀକ ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରି ମୋ ପୁଅକୁ ଫେରାଇ ଆଣନ୍ତୁ ବୋଲି ରଞ୍ଜନ କରିଛନ୍ତି। ସବ୍ୟ ଘରକୁ ଫେରିଲେ ତା’ ମାଆଙ୍କ କ୍ରିୟାକର୍ମରେ ସାମିଲ ହୋଇପାରିବ ବୋଲି ରଞ୍ଜନ କହିଛନ୍ତି।
https://youtu.be/3YhSxLkU1Sk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story