ଗୁଣ୍ଡିଚା ମନ୍ଦିରରେ ପାଳିତ ହେଲା ହେରା ପଞ୍ଚମୀ ନୀତି 

ପୁରୀ (ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା ମନ୍ଦିରରେ ପାଳିତ ହେଇଛି ହେରା ପଞ୍ଚମୀ ନୀତି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସି ସରଧାବାଲିଲେ ନନ୍ଦିଘୋଷ ରଥର କାଠ ଭାଙ୍ଗିଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ଆଜି ବିମାନରେ ବିଜେ ହୋଇ ପାଟ ପଟୁଆରରେ ଗୁଣ୍ଡିଚା ମନ୍ଦିର ଆସିଥିଲେ। ବିଧି ଅନୁଯାୟୀ ଦହିପଟି ମଣୋହୀ ଓ ବନ୍ଦାପନା ପରେ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ ମା’। ଏହି ସମୟରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ ପ୍ରଦାନ କରାଯାଇଥିଲା। […]

maa-lakshim

Manoranjan Sial
  • Published: Saturday, 27 June 2020
  • , Updated: 27 June 2020, 10:20 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଗୁଣ୍ଡିଚା ମନ୍ଦିରରେ ପାଳିତ ହେଇଛି ହେରା ପଞ୍ଚମୀ ନୀତି। ପରମ୍ପରା ଅନୁସାରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଆସି ସରଧାବାଲିଲେ ନନ୍ଦିଘୋଷ ରଥର କାଠ ଭାଙ୍ଗିଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ।

ମହାଲକ୍ଷ୍ମୀ ଆଜି ବିମାନରେ ବିଜେ ହୋଇ ପାଟ ପଟୁଆରରେ ଗୁଣ୍ଡିଚା ମନ୍ଦିର ଆସିଥିଲେ। ବିଧି ଅନୁଯାୟୀ ଦହିପଟି ମଣୋହୀ ଓ ବନ୍ଦାପନା ପରେ ଜୟ ବିଜୟ ଦ୍ୱାର ନିକଟକୁ ଯାଇଥିଲେ ମା’। ଏହି ସମୟରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁଙ୍କ ଅଧର ଚୁମ୍ବିତ ମାଳ ପ୍ରଦାନ କରାଯାଇଥିଲା। ପରେ ମା’ଙ୍କ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ଆଜ୍ଞାମାଳ ପାଇ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ବେଳେ ଗଜପତି ଶ୍ରୀନଅର ସାମ୍ନାରେ ମାଆଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି।

ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ସରିବା ପରେ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ କରାଯିବ। ଏଥିପାଇଁ ଆଜି ତିନି ରଥକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି।

Related story