ଭୁବନେଶ୍ୱରରେ ୩ଟି ଜୋନକୁ ନେଇ ଐତିହ୍ୟ ଜିଲ୍ଲା,ମ୍ୟାପ ଜାରି କଲା ବିଡିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ଦିରନଗରୀ ରାଜଧାନୀ ଭୁବନେଶ୍ୱରରର ପ୍ରାଚୀନ କଳା,ସଂସ୍କୃତି ଓ ଇତିହାସକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ପଦକ୍ଷେପ ନେଇଛି। ବିଡିଏର ବିସ୍ତୃତ ବିକାଶ ପ୍ଲାନ(ସିଡିପି)-୨୦୩୦ରେ ୩ଟି ଜୋନକୁ ନେଇ ଐତିହ୍ୟ ଜିଲ୍ଲା ଗଠନ ନିମନ୍ତେ ପ୍ରସ୍ତାବ ରହିଛି। ଆଉ ବିଡିଏର ୧୩୬ତମ ବୈଠକର ଚିଠା ଗାଇଡଲାଇନକୁ ରାଜ୍ୟ ସରକାର ଗତ ଅଗଷ୍ଟ ୧୮ତାରିଖରେ ଅନୁମୋଦନ କରିବାପରେ ବିଡିଏ ପକ୍ଷରୁ ଆଜି ହେରିଟେଜ୍ ସାଇନଏଜ୍ ଗାଇଡଲାଇନ୍ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି। ଏହାସହିତ […]

6789

6789

Tapas Behera
  • Published: Tuesday, 22 September 2020
  • Updated: 22 September 2020, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ଦିରନଗରୀ ରାଜଧାନୀ ଭୁବନେଶ୍ୱରରର ପ୍ରାଚୀନ କଳା,ସଂସ୍କୃତି ଓ ଇତିହାସକୁ ସୁରକ୍ଷିତ ରଖିବା ପାଇଁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ପଦକ୍ଷେପ ନେଇଛି। ବିଡିଏର ବିସ୍ତୃତ ବିକାଶ ପ୍ଲାନ(ସିଡିପି)-୨୦୩୦ରେ ୩ଟି ଜୋନକୁ ନେଇ ଐତିହ୍ୟ ଜିଲ୍ଲା ଗଠନ ନିମନ୍ତେ ପ୍ରସ୍ତାବ ରହିଛି। ଆଉ ବିଡିଏର ୧୩୬ତମ ବୈଠକର ଚିଠା ଗାଇଡଲାଇନକୁ ରାଜ୍ୟ ସରକାର ଗତ ଅଗଷ୍ଟ ୧୮ତାରିଖରେ ଅନୁମୋଦନ କରିବାପରେ ବିଡିଏ ପକ୍ଷରୁ ଆଜି ହେରିଟେଜ୍ ସାଇନଏଜ୍ ଗାଇଡଲାଇନ୍ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଛି। ଏହାସହିତ ବିଡିଏ ପକ୍ଷରୁ ଏହି ପ୍ରସ୍ତାବିତ ଐତିହ୍ୟ ଜିଲ୍ଲାର ମାନଚିତ୍ର ମଧ୍ୟ ଜାରି କରାଯାଇଛି।

ବିଡିଏ ସଚିବଙ୍କ ପକ୍ଷରୁ ଆଜି ଜାରି ଏହି ବିଜ୍ଞପ୍ତି ଅନୁସାରେ କଳ୍ପନା ଛକରୁ ଭାଇଲୋ ପର୍ଯ୍ୟନ୍ତ ଅଂଚଳକୁ ୩ଟି ଜୋନରେ ବିଭକ୍ତ କରାଯାଇ ଗୋଟିଏ ଐତିହ୍ୟ ଜିଲ୍ଲା ଗଠନ ନିମନ୍ତେ ସିଡିପି-୨୦୩୦ରେ ପ୍ରସ୍ତାବ ରହିଛି। ପୁରୁଣା ଭୁବନେଶ୍ୱର ଅଂଚଳକୁ ନେଇ ଏକାମ୍ର କ୍ଷେତ୍ର ହେରିଟେଜ୍ ଜୋନ୍ , ଶିଶୁପାଳଗଡ଼ ଅଂଚଳକୁ ନେଇ ଐତିହାସିକ କ୍ଷେତ୍ର ହେରିଟେଜ୍ ଜୋନ୍ ଏବଂ ଧଉଳି ଅଂଚଳକୁ ନେଇ ସାଂସ୍କୃତିକ କ୍ଷେତ୍ର ହେରିଟେଜ୍ ଜୋନ୍ ଚିହ୍ନଟ କରାଯାଇଛି।

ଏହି ସମସ୍ତ ଜୋନକୁ ମିଶାଇ ପ୍ରସ୍ତାବିତ ଐତିହ୍ୟ ଜିଲ୍ଲା ଗଠନ କରାଯିବ। ତେଣୁ ରାଜ୍ୟ ସରକାର ଅନୁମୋଦନ କରିଥିବା ହେରିଟେଜ୍ ସାଇନଏଜ୍ ଗାଇଡଲାଇନ ଅନୁସାରେ ଏକାମ୍ର କ୍ଷେତ୍ରରେ ଏଣିକି ସମସ୍ତ ପ୍ରୋଜେକ୍ଟର ପ୍ଲାନିଂ ଓ ଡିଜାଇନ, ବିଲିଡିଂ ପ୍ଲାନ ଅନୁମୋଦନ, କୋଠା ନିର୍ମାଣ,ସମ୍ପ୍ରସାରଣ, ପରିବର୍ତ୍ତନ ଓ ପୁନରୁଦ୍ଧାରବେଳେ ମାନଚିତ୍ରରେ ନିର୍ଦ୍ଧାରଣ ହୋଇଥିବା ସ୍ଥାନଗୁଡ଼ିକରେ ସାଇନଏଜ, ଡିସପ୍ଲେ ବୋର୍ଡ ଆଦି ଉଲ୍ଲେଖ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos