ବର୍ଷେ ଛୁଇଁବ, ଚୂଡ଼ାନ୍ତ ହୋଇପାରୁନି ଶ୍ରୀଜଗନ୍ନାଥ ଏତିହ୍ୟ କରିଡର ପ୍ରକଳ୍ପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପଂଚମ ପାଳି ସରକାର ଗଠନ କରିବାପରେ ମଠ-ମନ୍ଦିରର ଭଙ୍ଗାଗଢ଼ା କାର୍ଯ୍ୟ କରି ‘ବିକାଶର ନୂଆ ପରିଭାଷା’ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ସରକାର ଦୀର୍ଘ ଏକ ବର୍ଷ ଧରି ‘ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ’ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଚାରର ମୁଖ୍ୟ ଆୟୁଧ କରିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଏତିହ୍ୟ ସହର କରିବା ନିମନ୍ତେ ୨୦୧୯ ଡିସେମ୍ବର ୩୦ତାରିଖରେ ଚିଠା  ପ୍ରକଳ୍ପ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକଙ୍କ ମତାମତ ଲୋଡ଼ିଥିଲେ ବି   ‘ଶ୍ରୀଜଗନ୍ନାଥ […]

puri-1-1-1 (1)

puri-1-1-1 (1)

Tapas Behera
  • Published: Wednesday, 28 October 2020
  • Updated: 28 October 2020, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପଂଚମ ପାଳି ସରକାର ଗଠନ କରିବାପରେ ମଠ-ମନ୍ଦିରର ଭଙ୍ଗାଗଢ଼ା କାର୍ଯ୍ୟ କରି ‘ବିକାଶର ନୂଆ ପରିଭାଷା’ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ସରକାର ଦୀର୍ଘ ଏକ ବର୍ଷ ଧରି ‘ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ’ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ପ୍ରଚାରର ମୁଖ୍ୟ ଆୟୁଧ କରିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଏତିହ୍ୟ ସହର କରିବା ନିମନ୍ତେ ୨୦୧୯ ଡିସେମ୍ବର ୩୦ତାରିଖରେ ଚିଠା  ପ୍ରକଳ୍ପ ଘୋଷଣା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକଙ୍କ ମତାମତ ଲୋଡ଼ିଥିଲେ ବି   ‘ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପ’ର ରୂପରେଖ ଏବେ ବି ଚୂଡ଼ାନ୍ତ ହୋଇପାରିନଥିବା ଜଣାପଡ଼ିଛି। ତଥାପି ଗତ ଏକ ବର୍ଷ ଧରି ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ନବୀନ ପଟ୍ଟନାୟକ ସରକାର ନିଜର ଆତ୍ମପ୍ରଚାରର ମୁଖ୍ୟ ଅସ୍ତ୍ର କରିବାକୁ ପଛାଇ ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୧୯ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ନିମନ୍ତେ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡରର ଚିଠା ପ୍ରକଳ୍ପ ଘୋଷଣା କରିଥିଲେ। ଏହାସହିତ ଲୋକମାନଙ୍କୁ ଜାନୁୟାରୀ ୧୫ସୁଦ୍ଧା ମତାମତ ଦେବାକୁ କହିବା ସହ ଫେବୃୟାରୀ ୧୫ସୁଦ୍ଧା ଏହି କରିଡର ପ୍ଲାନ୍ ଚୂଡ଼ାନ୍ତ କରିବେ ବୋଲି କହିଥିଲେ। କିନ୍ତୁ ଇତିମଧ୍ୟରେ ବର୍ଷେ ବିତିବାକୁ ଯାଉଥିଲେ ବି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇପାରିନାହାନ୍ତି। ଚଳିତମାସ ୧୪ ତାରିଖରେ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ ନିଗମ(ଓବିସିସି)ର ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୪ଜଣିଆ ବୈଷୟିକ କମିଟି ଗଠନ କରି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପର ବିକାଶ ପାଇଁ ଆବଶ୍ୟକ ରଣନୀତି ଓ ମୋଡାଲିଟି ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଏପରିକି ଏହି ବୈଷୟିକ କମିଟି ଉକ୍ତ ଐତିହ୍ୟ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଓ ଅର୍ଥ ଯୋଗାଡ଼ର ବିକଳ୍ପ ଦିଗ ବି ଖୋଜିବ। ଏହି କରିଡର ପ୍ରକଳ୍ପର ବୃହତ୍ ଭାଗ ଅର୍ଥକୁ ସାଧାରଣ ଲୋକ,ସଂସ୍ଥା ଓ କର୍ପୋରେଟ ସେକ୍ଟରରୁ ଦାନ ମାଧ୍ୟମରେ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ପ୍ରକଳ୍ପ ପାଇଁ ସାମଗ୍ରୀ ଆକାରରେ କିଛି ସହାୟତା ଦିଅନ୍ତି ତାକୁ କିଏ ଗ୍ରହଣ କରିବ ଓ ଏହା ପ୍ରକଳ୍ପ କାର୍ଯ୍ୟରେ କିଭଳି ସହାୟକ ହେବ ସେ ସମ୍ପର୍କରେ ମଧ୍ୟ ଉକ୍ତ କମିଟି ନିଜର ମତାମତ ଦେବେ। ଏହି ପ୍ରକଳ୍ପ ମାଧ୍ୟମରେ ଭକ୍ତମାନଙ୍କ ପୁରୁଣା ଭିତ୍ତିଭୂମିରେ ସୁଧାର ଓ ନୂଆ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କରିଡର ପ୍ରକଳ୍ପ ନିମନ୍ତେ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଙ୍କର ମଧ୍ୟ ଅତ୍ୟଧିକ ଆବଶ୍ୟକତା ଥିବାରୁ ଏନେଇ ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ବୈଷୟିକ କମିଟି ବିଭିନ୍ନ ବର୍ଗର ଷ୍ଟେକହୋଲଡରଙ୍କ ସହ ଆଲୋଚନା କରି ତାଙ୍କର ଚୂଡ଼ାନ୍ତ ସୁପାରିସ୍ ରିପୋର୍ଟକୁ ପୂର୍ତ୍ତ ବିଭାଗରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ତେବେ ପ୍ରଶ୍ନ ଉଠୁଛି, ଯଦି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକାରୀ କିଭଳି ହେବ ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି ତା’ହେଲେ ଗତ ୧୧ମାସ ଧରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରର ବିକାଶ କଥା କହି କାହିଁକି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ପୁରୀରେ ଲୋକଙ୍କୁ ବିସ୍ଥାପିତ କରିବାଠୁ ଆରମ୍ଭ କରି ବହୁ ପୁରାତନ ମଠମନ୍ଦିରକୁ ବି ଭାଙ୍ଗିବାକୁ ସରକାର ପଛାଇ ନାହାନ୍ତି। ତେବେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପର ରୂପରେଖ କ’ଣ ହେବ ତାହା ଏବେବି ଅସ୍ପଷ୍ଟ। ଅକ୍ଟୋବର ୧୪ତାରିଖରେ ପୂର୍ତ୍ତ ବିଭାଗ ସଚିବ କ୍ରିିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ଏହା ଜଳଜଳ ହୋଇ ଜଣାପଡ଼ୁଛି।
ଅବଶ୍ୟ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ନିମନ୍ତେ ଅଭଡ଼ା ଯୋଜନାରେ ୫୫୭.୧୯କୋଟି ଟଙ୍କାର ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ କରିବା ନିମନ୍ତେ ଗତକାଲି ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ କର୍ପୋରେସନ(ଓବିସିସି)କୁ ଅନୁମତି ଦିଆଯାଇଛି। ଏହି ପ୍ରକଳ୍ପ ମଧ୍ୟରେ ୨୨୦କୋଟିର ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ୩୨କୋଟି ଟଙ୍କାର ମାର୍କେଟ କମ୍ପେ୍ଲକ୍ସ, ୧୪୨.୧୩କୋଟି ଟଙ୍କାର ଶ୍ରୀସେତୁ ନିର୍ମାଣ ଓ ୨୫.୧୧ କୋଟିରେ ମୂଷା ନଦୀର ସମ୍ପ୍ରସାରଣ କାର୍ଯ୍ୟ ସାମିଲ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ , ୨୦୧୯ ଅକ୍ଟୋବର ମାସରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ନିମନ୍ତେ ରାଜ୍ୟ କ୍ୟାବିନେଟରେ ଅଭଡ଼ା ଯୋଜନାରେ ୩୨୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ମିଳିଥିଲା। ଆଉ ସେବେଠୁ ଚଳିତମାସ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଆଦି କଥା କହି ରାଜ୍ୟ ସରକାର ଜୋରସୋରରେ ପ୍ରଚାର ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story