- Videos
- Odisha
- ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ: ପ୍ରତିବାଦରେ ଆଜି କାର୍ଯ୍ୟବନ୍ଦ ନିଷ୍ପତ୍ତି
ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ: ପ୍ରତିବାଦରେ ଆଜି କାର୍ଯ୍ୟବନ୍ଦ ନିଷ୍ପତ୍ତି
- Published: Friday, 30 March 2018
- , Updated: 30 March 2018, 09:01 AM IST
<p>କଟକ(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗକୁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଗତକାଲି ଅପରାହ୍ନରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛି ଆସୋସିଏସନ୍‌। ଆଜି ମଧ୍ୟ କାର୍ଯ୍ୟବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି।</p>
<p>ଏନେଇ ଗତକାଲି ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବିରୋଧୀ ଦଳଙ୍କ ପକ୍ଷରୁ ଅଣାଯାଇଥିବା ମହାଅଭିଯୋଗ ପ୍ରସଙ୍ଗକୁ ସଦସ୍ୟମାନେ ନିନ୍ଦା କରିଛନ୍ତି। ରାଜ୍ୟ ସମସ୍ତ ଆସୋସିଏସନ୍‌ ଏହି ବନ୍ଦକୁ ସମର୍ଥନ କରିବେ ବୋଲି ଆଇନଜୀବୀମାନେ ଆଶା ରଖିଛନ୍ତି।</p>