ସରକାରଙ୍କୁ ଝଟକା; ଜିଲ୍ଲା ପରିଷଦ ନିର୍ବାଚନ ସଂଶୋଧନ ଆଇନ ରଦ୍ଦ

କଟକ: ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି। ଜିଲ୍ଲାପରିଷଦ ଆଇନ୍‌ର ସଂଶୋଧନ ନିୟମକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ଚାଲିଥିବା ବେଳେ ସଂଶୋଧନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଉପରେ କୋର୍ଟଙ୍କ ରାୟ କଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ କୌଣସି ପକ୍ଷ ଆବେଦନ କରିନଥିବାରୁ କୋର୍ଟ କୌଣସି ଟପ୍ପଣୀ ଦେଇ ନାହାନ୍ତି ବୋଲି ନିର୍ବାଚନ କମିଶନଙ୍କ ଓକିଲ କହିଛନ୍ତି। ହାଇକୋର୍ଟଙ୍କ […]

highcourt

Rakesh Mallick
  • Published: Thursday, 30 March 2017
  • , Updated: 30 March 2017, 10:56 PM IST

କଟକ: ରାଜ୍ୟ ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି। ଜିଲ୍ଲାପରିଷଦ ଆଇନ୍‌ର ସଂଶୋଧନ ନିୟମକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ନିର୍ବାଚନ ଚାଲିଥିବା ବେଳେ ସଂଶୋଧନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ତେବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଉପରେ କୋର୍ଟଙ୍କ ରାୟ କଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ କୌଣସି ପକ୍ଷ ଆବେଦନ କରିନଥିବାରୁ କୋର୍ଟ କୌଣସି ଟପ୍ପଣୀ ଦେଇ ନାହାନ୍ତି ବୋଲି ନିର୍ବାଚନ କମିଶନଙ୍କ ଓକିଲ କହିଛନ୍ତି।

ହାଇକୋର୍ଟଙ୍କ ରାୟ ନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ନିରପେକ୍ଷ ନିର୍ବାଚନ ନେଇ ସରକାର ଚାହୁନଥିଲେ। ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିଲେ। ଯାହା ହାଇକୋର୍ଟଙ୍କ ରାୟରୁ ପ୍ରମାଣିତ ହୋଇଛି। ତେଣୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ଅବୈଧ ହେବା ଉଚିତ।”

ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ହାଇକୋର୍ଟଙ୍କ ନିର୍ଦ୍ଦେଶ କପି ମିଳିବା ପରେ ତର୍ଜମା କରାଯିବ। ଦରକାର ପଡ଼ିଲେ ଆଉଥରେ ଆବେଦନ କରାଯିବ। ନଚେତ ସର୍ବୋଚ୍ଚ କୋର୍ଟକୁ ଯିବୁ।”

ହାଇକୋର୍ଟଙ୍କ ରାୟ ନେଇ ପିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ। ଏମିତି ନିଷ୍ପତ୍ତି ଆସିବ ବୋଲି ଜଣାପଡ଼ୁଥିଲା। ନିଜକୁ ସୁହାଇଲା ଭଳି ରାଜ୍ୟ ସରକାର ଏମିତି ଆଇନ୍‌ କରିଥିଲେ। ନିର୍ବାଚନ ସରିଯାଇଥିବାରୁ ବିରୋଧୀଙ୍କୁ ଲାଭ ମିଳିବନି।”

ଗତ ୮ ତାରିଖରେ ରାଜ୍ୟ ସରକାର ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲ୍‌ ୧୯୯୪ର ଧାରା ୫୧ର ସଂଶୋଧନ କରିଥିଲେ। ନୂଆ ନିୟମ ଅନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ବେଳେ ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କ ଏଜେଣ୍ଟଙ୍କୁ ନିଯୁକ୍ତ କରିବେ। ଜିଲ୍ଲା ପରିଷଦ ସଭ୍ୟ କାହାକୁ ଭୋଟ ଦେଲେ ତାହା ଏଜେଣ୍ଟଙ୍କୁ ଦେଖାଇବେ।

Related story