କଟକ(ଓଡ଼ିଶା ରିପୋର୍ଟର):ରାଜ୍ୟର ସବୁ କ୍ୟାନ୍ସର ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଲେ ହାଇକୋର୍ଟ। ପେଟ୍ ସିଟିସ୍କାନ ପାଇଁ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କୁ ଆଉ ଆଗଭଳି ହଇରାଣ ହେବାକୁ ପଡ଼ିବନି। ଆସନ୍ତା କାଲିଠାରୁ ସବୁ ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ ସରକାର। ରାଜ୍ୟ ସରକାର ଖର୍ଚ୍ଚ ବହନ କରିବାକୁ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।
କଟକ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ପେଟ୍ ସିଟି ସ୍କାନ ମେସିନ ନାହିଁ। ପେଟ୍ ସିଟି ସ୍କାନ ପାଇଁ ରୋଗୀଙ୍କୁ ଅନ୍ୟତ୍ର ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ଏନେଇ ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ମାମଲା କରିଥିଲେ। କ୍ୟାନସରର ଏକ ଭୟାନକ ରୋଗ ହୋଇଥିବା ବେଳେ ଏହାର ଚିକିତ୍ସା ବ୍ୟୟବହୁଳ ହୋଇଥାଏ। ଯାହା ଜଣେ ସାଧାରଣ ରୋଗୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ରୋଗର ଉତ୍ତମ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ। ଏକ୍ଷେତ୍ରରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଅସାହାୟ କ୍ୟାନ୍ସର ରୋଗୀଙ୍କ ପାଇଁ ବେଶ ଉପଯୋଗୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।