ବାପି ସର୍ଖେଲଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌

ପାରାଦୀପ: ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଥିବା ବାପି ସର୍ଖେଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜାମିନ୍‌ଦାରଙ୍କ ସର୍ତ୍ତରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ପାସ୍‌ପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ନଭେମ୍ୱର ମାସରେ ବାପି ସର୍ଖେଲଙ୍କୁ ଜଗତସିଂହପୁର ପୋଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ […]

bapi-sarkhel

bapi-sarkhel

Rakesh Mallick
  • Published: Monday, 17 April 2017
  • Updated: 17 April 2017, 03:45 PM IST

Sports

Latest News

ପାରାଦୀପ: ସିୱେଜ୍‌ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜେଲରେ ଥିବା ବାପି ସର୍ଖେଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଏକ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜାମିନ୍‌ଦାରଙ୍କ ସର୍ତ୍ତରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ପାସ୍‌ପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ନଭେମ୍ୱର ମାସରେ ବାପି ସର୍ଖେଲଙ୍କୁ ଜଗତସିଂହପୁର ପୋଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ଚୌବେଙ୍କ ବୟାନ ଆଧାରରେ ପୋଲିସ୍ ବାପିଙ୍କ ପାରାଦୀପ ସ୍ଥିତ ଅଫିସ୍‌ ସମେତ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା।

ସେହିପରି ମହେନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପାଢ଼ୀ ନିଖୋଜ ମାମଲାରେ ମହିମା ମିଶ୍ରଙ୍କ ଓଏସ୍‌ଏଲ୍‌ ଓ ଜେଏମ୍‌ ବକ୍ସିର ଅଧିକାରୀମାନେ ଆଜି ପାରାଦୀପ ଥାନାରେ ହାଜର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos