ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ। ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ସେତିକି […]

durgapuja-in

durgapuja-in

Manoranjan Sial
  • Published: Wednesday, 16 September 2020
  • Updated: 16 September 2020, 03:52 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ। ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିଥିବେ, ସେତିକି ରଖିବେ। ୪ ଫୁଟ୍‌ ଉଚ୍ଚର ମୂର୍ତ୍ତି ନିର୍ଦ୍ଦେଶକୁ ନେଇ ହାଇକୋର୍ଟ ଯାଇଥିଲେ କମିଟି।

ଦୁର୍ଗାପୂଜାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍‌କୁ ଜାରି କରିଥିଲେ। ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ ରହିବା ସହିତ ପୂଜା ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ୱକୁ ଆଂଶିକ ବନ୍ଦ ରଖିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ ବହୁ  ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos