ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ: ବିୟର ପାର୍ଲରୁ ଲାଇସେନ୍ସ ଫି' ଆଦାୟ କରି ରିନ୍ୟୁ କର

ଭୁବନେଶ୍ୱର: ରାଜ୍ୟରେ ବିୟର ପାର୍ଲର ଗୁଡିକରୁ ଲାଇସେନ୍ସ ଫି’ ଆଦାୟ କରିବା ସହ ଏହାକୁ ରିନ୍ୟୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିୟର ପାର୍ଲର ଗୁଡିକୁ ଠିପିଖୋଲା ବିଦେଶୀ ମଦ ଦୋକାନରେ ପରିବର୍ତ୍ତନ କରିବାକୁ ବିରୋଧ କରି ଦାୟର ଏକାଧିକ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫-୧୬ ଆର୍ଥିକବର୍ଷରେ ନୂଆ ଅବକାରୀ ନୀତି ଅନୁଯାୟୀ, ଗତ ମାର୍ଚ୍ଚ ୩ ତାରିଖରେ ବିୟର ପାର୍ଲର ଗୁଡିକରେ ଅନ୍ୟ ବିଦେଶୀ ମଦ ବିକ୍ରି କରାଯିବା […]

High-Court

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 02:38 PM IST

ଭୁବନେଶ୍ୱର: ରାଜ୍ୟରେ ବିୟର ପାର୍ଲର ଗୁଡିକରୁ ଲାଇସେନ୍ସ ଫି' ଆଦାୟ କରିବା ସହ ଏହାକୁ ରିନ୍ୟୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିୟର ପାର୍ଲର ଗୁଡିକୁ ଠିପିଖୋଲା ବିଦେଶୀ ମଦ ଦୋକାନରେ ପରିବର୍ତ୍ତନ କରିବାକୁ ବିରୋଧ କରି ଦାୟର ଏକାଧିକ ମାମଲାର ଶୁଣାଣୀ କରି ହାଇକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫-୧୬ ଆର୍ଥିକବର୍ଷରେ ନୂଆ ଅବକାରୀ ନୀତି ଅନୁଯାୟୀ, ଗତ ମାର୍ଚ୍ଚ ୩ ତାରିଖରେ ବିୟର ପାର୍ଲର ଗୁଡିକରେ ଅନ୍ୟ ବିଦେଶୀ ମଦ ବିକ୍ରି କରାଯିବା ନେଇ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ବିୟର ପାର୍ଲର ଗୁଡିକର ଲାଇସେନ୍ସ ୬ ମାସ ପାଇଁ ନବୀକରଣ କରାଯାଇଥିଲା। ବିୟର ପାର୍ଲର ଗୁଡିକରେ ଠିପି ଖୋଲା ବିଦେଶୀ ମଦ ବିକ୍ରି ପାଇଁ ବ୍ୟବସ୍ଥା ନ କଲେ ସେପ୍ଟେମ୍ୱର ୩୦ ତାରିଖ ପରେ ଲାଇସେନ୍ସ ନବୀକରଣ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ବିହାର-ଓଡିଶା ଅବକାରୀ ଆଇନ ଅନୁଯାୟୀ ବିୟର ପାର୍ଲରର କନଭରସନ ବେଆଇନ ଦର୍ଶାଇ ୩୨ଟି ବିୟର ପାର୍ଲର ଏହି ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story