ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ, ନିଜ ଆଡ଼ୁ ମାମଲା କଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପରାଧିକ ମାଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ।  ରାଜ୍ୟରେ ରାଜନେତାଙ୍କ ବିରୋଧରେ କେଉଁ  କୋର୍ଟରେ କଣ ମାମଲା ରହିଛି ଏହାର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏ ସମ୍ପର୍କରେ ନିଜ ଆଡୁ ଏକ ମାମଲା ରୁଜୁ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ପୂର୍ବତନ ଓ ବର୍ତ୍ତମାନର ସମସ୍ତ ସାସଂଦ ଏବଂ ବିଧାୟକଙ୍କ ବିଷୟରେ ତଥ୍ୟ ଦେବାକୁ ଆଡଭେକଟ ଜେନରାଲଙ୍କୁ ହାଇକୋର୍ଟ କହିଛନ୍ତି । ରାଜନେତାଙ୍କ ବିରୋଧରେ ଥିବା ମାମଲାର […]

Orissa High Court

Tapas Behera
  • Published: Saturday, 26 September 2020
  • , Updated: 26 September 2020, 07:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପରାଧିକ ମାଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ।  ରାଜ୍ୟରେ ରାଜନେତାଙ୍କ ବିରୋଧରେ କେଉଁ  କୋର୍ଟରେ କଣ ମାମଲା ରହିଛି ଏହାର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏ ସମ୍ପର୍କରେ ନିଜ ଆଡୁ ଏକ ମାମଲା ରୁଜୁ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ପୂର୍ବତନ ଓ ବର୍ତ୍ତମାନର ସମସ୍ତ ସାସଂଦ ଏବଂ ବିଧାୟକଙ୍କ ବିଷୟରେ ତଥ୍ୟ ଦେବାକୁ ଆଡଭେକଟ ଜେନରାଲଙ୍କୁ ହାଇକୋର୍ଟ କହିଛନ୍ତି ।

ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ପାଇଁ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମି କଣ ରହିଛି, ଏ ନେଇ ଜଣାଇବାକୁ ରେଜିଷ୍ଟର ଜେନେରାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜନେତାଙ୍କ କେଉଁ ସବୁ ମାମଲାରେ ଉପରିସ୍ଥ ଅଦାଲତଙ୍କ ରହିତାଦେଶ ରହିଛି ସେ ନେଇ ମଧ୍ୟ ଜଣାଇବାକୁ ରେଜିଷ୍ଟରଙ୍କୁ କୁହାଯାଇଛି। ରାଜନିତୀକୁ ଅପରାଧମୁକ୍ତ କରିବାକୁ ଅପରାଧିକ ପୃଷ୍ଟଭୂମି ଥିବା ବିଧାୟକ ଓ ସାଂସଦ ମାନଙ୍କ ବିରୋଧରେ ଥିବା ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ୨୦୧୬ରେ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ଏହି ମାମଲାର ଶୁଣାଣି କରି ସମସ୍ତ ହାଇକୋର୍ଟଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related story