ସିଡିଏମ୍‌ଓ ଅଫିସ୍‌ ଆଗରେ ହାଇଡ୍ରାମା: ଭିଡାଭିଡି, ଟଣାଟଣି, ପିଟାପିଟି

କଟକ (ଓଡ଼ିଶା ରିପୋର୍ଟର): ସିଲ୍‌ଭର ସିଟି କଟକର ବିଚ୍‌ ରାସ୍ତାରେ ହାଇଡ୍ରାମା। ଭିଡାଭିଡି ଓ ଟଣା ଓଟରା। ତା’ପରେ ଚପଲରେ ମାଡ଼। ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ମହିଳାଙ୍କ ଆକ୍ରମଣ। କେବଳ ଆକ୍ରମଣ ତ କୁହାଯିବନି, ପ୍ରତିଆକ୍ରମଣ ମଧ୍ୟ ହେଉଛି। ବିଚ୍ ରାସ୍ତାରେ ଏ ଡ୍ରାମା ଦେଖି ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ କିନ୍ତୁ ଧୀରେ ଧୀରେ କଥା ସ୍ପଷ୍ଟ ହୋଇଥିଲା। ଆରୋପ ପ୍ରତ୍ୟାରୋରୁ ସବୁ କଥା ସାମ୍ନାକୁ ଆସିଥିଲା। କାହାଣୀଟି ଚର୍ଚ୍ଚିତ ଟୁଙ୍ଗୁରି ଭୋଳ […]

Cuttack

Cuttack

Manoranjan Sial
  • Published: Monday, 22 August 2022
  • Updated: 22 August 2022, 07:49 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ସିଲ୍‌ଭର ସିଟି କଟକର ବିଚ୍‌ ରାସ୍ତାରେ ହାଇଡ୍ରାମା। ଭିଡାଭିଡି ଓ ଟଣା ଓଟରା। ତା’ପରେ ଚପଲରେ ମାଡ଼। ଜଣେ ବ୍ୟକ୍ତିଙ୍କୁ ଆଉ ଜଣେ ମହିଳାଙ୍କ ଆକ୍ରମଣ। କେବଳ ଆକ୍ରମଣ ତ କୁହାଯିବନି, ପ୍ରତିଆକ୍ରମଣ ମଧ୍ୟ ହେଉଛି। ବିଚ୍ ରାସ୍ତାରେ ଏ ଡ୍ରାମା ଦେଖି ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ କିନ୍ତୁ ଧୀରେ ଧୀରେ କଥା ସ୍ପଷ୍ଟ ହୋଇଥିଲା। ଆରୋପ ପ୍ରତ୍ୟାରୋରୁ ସବୁ କଥା ସାମ୍ନାକୁ ଆସିଥିଲା। କାହାଣୀଟି ଚର୍ଚ୍ଚିତ ଟୁଙ୍ଗୁରି ଭୋଳ ପରି ଲାଗୁଛି। ସାମ୍ବାଦିକ କରାଇ ଦେବାକୁ କହି ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ ମହିଳା ଜଣକ ବିବାହିତ। ସେ କଟକରେ ଏକ ନର୍ସିଂହୋମ୍‌ରେ ଚାକିରି କରୁଥିଲେ। ୬ରୁ ୭ ବର୍ଷ ତଳେ ତାଙ୍କର ଆତ୍ମଘୋଷିତ ସାମ୍ୱାଦିକ ଅକ୍ଷୟ ଦାସଙ୍କ ସହିତ ହୋଇଥିଲା। ଅକ୍ଷୟ କୁଆଡ଼େ ଭାଇର ସମ୍ପର୍କ ଯୋଡ଼ି ଥିଲେ। ଯିବା ଆସିବା ଭିତରେ ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା। ଏହାରି ଭିତରେ ଅକ୍ଷୟ ନିଶା ଇଞ୍ଜେକ୍‌ଶନ ଦେଇ ଶାରୀରିକ ସମ୍ପର୍କ ରଖିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ସେହି ଫଟୋ ଓ ଭିଡିଓ ଦେଖାଇ ବ୍ଲକମେଲ୍‌ କରୁଥିବା ଅଭିଯୋଗ ହୋଇଥିଲା।

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ୍‌ କରିଦେବାର ଭୟ ଦେଖାଉଥିଲା। ଯେଉଁଥିପାଇଁ ସେ(ଅକ୍ଷୟ) ଯୁଆଡ଼େ ଡାକୁଥିଲେ, ମହିଳା ଜଣକ ତାଙ୍କ ସହିତ ଯାଉଥିଲେ। ଏ ସମ୍ପର୍କରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ କହିପାରୁନଥିଲେ। କାରଣ ପରିବାର ଓ ଲୋକ ଲଜ୍ଜ୍ୟାର ଭୟ ଥିଲା। ଯାହାର ଫାଇଦା ନେଇ ଅକ୍ଷୟ ତାଙ୍କୁ କୁଆଡ଼େ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲାଉଥିଲା ଓ ବାରଣ ସତ୍ତ୍ୱେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଏପରିକି ସାମ୍ୱାଦିକ ଚାକିରି କରାଇଦେବାର ବାହାନା କରି ଠକିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏଥିସହ ନିଜ ଗହଣା ବନ୍ଧା ପକାଇ ଅକ୍ଷୟଙ୍କୁ ଲକ୍ଷେ ଟଙ୍କା ଦେଇଥିବା ସେ କହିଛନ୍ତି।

ବାରମ୍ୱାର ଠକୁଥିବା ଜାଣିବା ପରେ ମହିଳା ଜଣକ ତାଙ୍କଠାରୁ ଦୂରେଇ ଯାଇଥିଲେ। ହେଲେ ଧମକ ଚମକ ଦେବା ସହିତ ଫଟୋ ଭାଇରାଲ୍‌ କରିଦେବାର ଧମକ ଦେଉଥିଲା। ଯେଉଁଥିପାଇଁ ସେ ପୁରୀଘାଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ମାଡ଼ାମ୍‌ ମାମଲା ସମାଧାନ କରିବା ପରିବର୍ତ୍ତେ ଗାଳି ଗୁଲଜ କରି ଫେରାଇ ଦେଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

ଆଜି କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ ସିଡିଏମ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ଅକ୍ଷୟଙ୍କୁ ଦେଖି ତାତି ଯାଇଥିଲେ ସମ୍ପୃକ୍ତ ମହିଳା। ସମସ୍ତଙ୍କ ସମ୍ମୁଖରେ ଉଭୟ ହାତାହିତି ହୋଇଥିଲେ। ଏପରିକି ଚପଲରେ ମହିଳା ଜଣକ ତାଙ୍କୁ ବାଡେଇବା ସହ ଗାଳି ଗୁଲଜ କରିଥିଲେ।

ତେବେ ଅକ୍ଷୟ ରଞ୍ଜନ ଦାସ କିନ୍ତୁ ମହିଳାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଛ। ମୋତେ ଫସାଇବା ପାଇଁ ଏପରି ଉଦ୍ୟମ କରାଯାଉଛି। ତାଙ୍କ ପରିବାର ସହିତ ମୋର ସମ୍ପର୍କ ଥିଲା। ତାଙ୍କ ଭଲ ମନ୍ଦରେ ମୁଁ ସାହାଯ୍ୟ କରିଥିଲି। ୫ରୁ ୬ ବର୍ଷ ଧରି ଭଲ ସମ୍ପର୍କ ରହିଛି। ତାଙ୍କଠାରୁ ମୁଁ କିଛି ଟଙ୍କା ନେଇ ନାହିଁ। ବରଂ ସେ ମୋଠାରୁ ବହୁ ଟଙ୍କା ନେଇଛନ୍ତି ବୋଲି ଅକ୍ଷୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story