୫ଟି ବୃହତ ଶିଳ୍ପ ସଂସ୍ଥାର ସଂପ୍ରସାରଣ, ନିଯୁକ୍ତି ପାଇବେ ୨୬୯୫୯

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ବୃହତ ଶିଳ୍ପ ସଂସ୍ଥାର ସଂପ୍ରସାରଣକୁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେବୁଲ କ୍ଲିୟରାନ୍ସ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି। ଯାହାଫଳରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨୬ ହଜାର ୯୫୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍, ଯାଜପୁର କଳିଙ୍ଗନଗରରେ ଟାଟା ଷ୍ଟିଲ, ଅନୁଗୋଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର୍‌ ଏବଂ ଢେଙ୍କାନାଳ ଓ […]

tata-steel

tata-steel

Manoranjan Sial
  • Published: Tuesday, 06 July 2021
  • Updated: 06 July 2021, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୫ଟି ବୃହତ ଶିଳ୍ପ ସଂସ୍ଥାର ସଂପ୍ରସାରଣକୁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେବୁଲ କ୍ଲିୟରାନ୍ସ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି। ଯାହାଫଳରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବ। ୨୬ ହଜାର ୯୫୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍, ଯାଜପୁର କଳିଙ୍ଗନଗରରେ ଟାଟା ଷ୍ଟିଲ, ଅନୁଗୋଳରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର୍‌ ଏବଂ ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ରୁଙ୍ଗଟା ମାଇନ୍ସର ସଂପ୍ରସାରଣକୁ ମଂଜୁରୀ ମିଳିଛି।

ମହାମାରୀ କରୋନା ପାଇଁ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ପ୍ରତିଦିନ ସମାଲୋଚନା କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ହାଇଲେବୁଲ କ୍ଲିୟରାନ୍ସ କମିଟି ଆଜି ୫ଟି ବୃହତ ଶିଳ୍ପ ସଂସ୍ଥାକୁ ସମ୍ପ୍ରସାରଣ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା କିଛି ମାତ୍ରାରେ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos