ମୁହଁ ବନ୍ଦ କରିବାକୁ ଉଦ୍ୟମ! ହାଇକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସାମ୍ନାରେ ଜେଏସଡବ୍ଲ୍ୟୁ ବିରୋଧୀଙ୍କୁ ନିସ୍ତୁକ ମାଡ଼

ପାରାଦୀପ (ରମାକାନ୍ତ ନାୟକ): ଢିଙ୍କିଆ ସ୍ଥିତି ପରଖିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟି ଆଜି ସେଠାକୁ ଯାଇଥିବା ବେଳେ ସେମାନଙ୍କ ସମ୍ମୁଖରେ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ସପକ୍ଷବାଦୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେତେବେଳେ ସେଠାରେ  ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀ ଉପସ୍ଥିତି ଥିଲେ ହେଁ ସେମାନେ ନୀରବଦ୍ରଷ୍ଟା ସାଜିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି କମିଟିର ସଦସ୍ୟମାନେ ଢିଙ୍କିଆରେ ପହଞ୍ଚିଥିଲେ। ସେମାନେ […]

Dhinkia

Dhinkia

Jitendra Garnayak
  • Published: Saturday, 19 February 2022
  • Updated: 20 February 2022, 11:49 AM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ଢିଙ୍କିଆ ସ୍ଥିତି ପରଖିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟି ଆଜି ସେଠାକୁ ଯାଇଥିବା ବେଳେ ସେମାନଙ୍କ ସମ୍ମୁଖରେ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ସପକ୍ଷବାଦୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେତେବେଳେ ସେଠାରେ  ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀ ଉପସ୍ଥିତି ଥିଲେ ହେଁ ସେମାନେ ନୀରବଦ୍ରଷ୍ଟା ସାଜିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଆଜି କମିଟିର ସଦସ୍ୟମାନେ ଢିଙ୍କିଆରେ ପହଞ୍ଚିଥିଲେ। ସେମାନେ ଫୁଲଖାଇ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବସିଥିଲେ। କମିଟି ଆଗରେ ନିଜର ମତ ରଖିବା ପାଇଁ ସୂଚନା ଅଧିକାର କର୍ମୀ ମାନସ ରଞ୍ଜନ କର ଓ ଜେଏସଡବ୍ଲ୍ୟୁ ବିରୋଧୀ ନେତା ପ୍ରଦୀପ୍ତ ଶତପଥୀ ଓ ତାଙ୍କ ପରିବାର ଲୋକ ଯାଇଥିଲେ। ଏହି ସମୟରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ବେଳେ ପୁଲିସ୍ ଚୁପ୍ ରହିଥିଲା ବୋଲି ଅଭିଯୋଗ ହୋଇଛି। ମାଡ଼ ଖାଇ ସେମାନେ ଚେତା ହରାଇବା ପରେ ପୁଲିସ୍ ହସ୍ତକ୍ଷେପ କରିଥିଲା ବୋଲି ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧୀ ଅନ୍ୟ କୌଣସି ଲୋକ କମିଟି ଆଗରେ ଯାଇ ମତାମତ ଦେବାକୁ ଆଗ୍ରହ ଦେଖାଇ ନଥିଲେ। ସେମାନେ ଭୟଭୀତ ହୋଇ ଯାଇଥିଲେ। ଏହା ଜାଣିବା ପରେ କମିଟିର ସଦସ୍ୟମାନେ ଘର ଘର ବୁଲି ମତାମତ ସଂଗ୍ରହ କରିଥିଲେ। ପ୍ରକଳ୍ପ ବିରୋଧୀମାନେ ନିଜ ମତାମତ ରଖିବା ସହିତ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କ ନେତାଙ୍କ ଉପରେ ଯେତେବେଳେ ଏମିତି ଆକ୍ରମଣ କରାଯାଉଛି, ସେମାନେ ଆଉ କ’ଣ କହିବେ। ପୁଲିସ୍ ଓ ପ୍ରଶାସନ ସେମାନଙ୍କୁ ବି ଟାର୍ଗେଟ୍ କରିବ।

କମିଟିର ସଦସ୍ୟ ଆଡ୍‌ଭୋକେଟ୍ ପ୍ରଶାନ୍ତ ଜେନା କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁମାନେ ଗତ ମାସ ୧୪ ତାରିଖରୁ ଗାଁ ବାହାରେ ଅଛନ୍ତି, ସେମାନେ କେମିତି ଶାନ୍ତିର ସହିତ ଫେରିବେ ଓ ସେମାନଙ୍କ ବିରୋଧରେ ଯେମିତି କିଛି ମିଥ୍ୟା ମାମଲା ହେବନି କି ସେମାନଙ୍କୁ ଗିରଫ କରାଯିବନି, ତାହା ସୁନିଶ୍ଚିତ କରାଯିବ। ଏଥିପାଇଁ ଆମେ ହାଇକୋର୍ଟଙ୍କୁ ଏକ ତାଲିକା ଦେଇଛୁ, ଯେଉଁଥିରେ ଘରକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ନାଁ ରହିଛି। ଏହା ସହିତ ହାଇକୋର୍ଟ ଏଠାକାର ପରିସ୍ଥିତି ଅନୁଧ୍ୟାନ କରିବାକୁ କହିଥିଲେ। ଆଜି ଯେତେବେଳେ ଢିଙ୍କିଆରେ କମିଟି ଲୋକଙ୍କ କଥା ଶୁଣିବା ପାଇଁ ବସିଥିଲା, ସେତେବେଳେ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧୀ ନେତା ପ୍ରଦୀପ ଶତପଥୀ ଆସି କହିଥିଲେ ଯେ ସେମାନେ କମିଟି ପାଖକୁ ଆସିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କୁ ବାଟରେ କିଛି ଗୁଣ୍ଡା ଅଟକାଉଛନ୍ତି। ଏହା ପରେ ପରେ କିଛି ଲୋକ ତାଙ୍କୁ ଧରି ନେଇ ନିସ୍ତୁକ ପିଟିଥିଲେ। ପୁଲିସ୍ ଉପସ୍ଥିତିରେ ସେମାନେ ତାଙ୍କୁ ପିଟିଥିଲେ। ଏହା ପରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ତେଣୁ ଆମକୁ ଉପସ୍ଥିତ ପୁଲିସ୍ ଅଧିକାରୀମାନେ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରେ ରହିବାକୁ କହିଥିଲେ। ତେଣୁ ବାହାରେ କ’ଣ ହେଲା ଜାଣି ହେଲାନି।

ଶ୍ରୀ ଜେନା ଆହୁରି କହିଛନ୍ତି, ଏହି ଗଣ୍ଡଗୋଳ ପରେ ଆମେ ଘର ଘର ବୁଲି ମତାମତ ସଂଗ୍ରହ କଲୁ। ଏହି ସମୟରେ କିଛି ଲୋକେ କହିଥିଲେ, ଯିଏ ମୁହଁ ଖୋଲିବ ତାକୁ ପୁଲିସ୍ ବାନ୍ଧି ନେବ ଓ ରାତିରେ ଘର କବାଟ ବାଡ଼େଇବ। ଆପଣ କାହିଁକି ଆମକୁ ପଚାରୁଛନ୍ତି? କିନ୍ତୁ ଆଉ କିଛି ଲୋକ (ସେମାନଙ୍କ ସଂଖ୍ୟା ସ୍ୱଳ୍ପ) କହୁଛନ୍ତି ଯେ ଏଠାରେ ସବୁ ଠିକ୍‌ଠାକ୍ ଚାଲିଛି।

ସେ ଆହୁରି କହିଛନ୍ତି, ଆମେ (କମିଟି) ଏଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଆଶା କରି ନଥିଲୁ। ତେବେ ଆମେ ଯାହା ଜାଣୁଛୁ, ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧୀ ଯେପରି କମିଟି ଆଗକୁ ନ ଆସି ପାରିବେ, ସେଥିପାଇଁ ପ୍ରୟାସ କରାଯାଇଛି। ଆଉ ଯେଉଁମାନେ ଆସିଥିଲେ ସେମାନଙ୍କୁ ଜୋରଜବରଦସ୍ତ ଅଟକା ଯାଇଥିଲା। ଏ କଥା ହାଇକୋର୍ଟଙ୍କୁ ଜଣାଇ ଦିଆଯିବ। ଯାହା ଦେଖିଲୁ ଓ ଯାହା ଶୁଣିଲୁ, ତାହା ଆମେ ହାଇକୋର୍ଟଙ୍କୁ ଜଣାଇବୁ।

ଅନ୍ୟପକ୍ଷରେ ଏରସମା ତହସିଲଦାର କହିଛନ୍ତି ଯେ ପୁଲିସ୍ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନେଇ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ। ସେହିପରି ଜେଏସଡବ୍ଲ୍ୟୁ ପ୍ରକଳ୍ପ ସପକ୍ଷବାଦୀ ତଥା ଢିଙ୍କିଆବାସୀ ଅକ୍ଷୟ ବେହେରା କହିଛନ୍ତି, ଆମେ କମିଟିକୁ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଦେଇଥା’ନ୍ତୁ। କିନ୍ତୁ ହଠାତ୍ ମାନସ କର ଓ ପ୍ରଦୀପ୍ତ ଶତପଥୀ ଆସିଲେ। ସେମାନଙ୍କ ସାଙ୍ଗରେ କିଛି ଗୁଣ୍ଡା ଶ୍ରେଣୀର ଲୋକ ଥିଲେ। ସେମାନେ ଗାଁ ବାହାର ଲୋକ। ନିର୍ବାଚନ ନାଁରେ ବେଶ୍ କିଛି ଦିନ ହେଲା ଆସି ଗାଁରେ ରହୁଛନ୍ତି। ସେମାନେ ହଠାତ୍ ଆମ ଗାଁ ପିଲାଙ୍କୁ ଆକ୍ରମଣ କରିଥିଲେ। ସେଥିପାଇଁ ଆମେ ପ୍ରତିବାଦ କରିଥିଲୁ। ଆନ୍ଦୋଳନ ନାଁରେ ଏଠି ରାହାଜାନୀ ଚାଲିଛି। ୧୫ ବର୍ଷ ହେଲା ଆମେ ଶାନ୍ତିରେ ରହିପାରୁନୁ। ଆମେ ଚାହୁଁଛୁ ଏଠାରେ କଂପାନୀ ହେଉ। ଆମ ବାପଅଜା ପାନବରଜ କରି ଚଳୁଥିଲେ। ଆମ ଛୁଆପିଲା କିନ୍ତୁ ଆଉ ପାନବରଜ କରି ଚଳିବାକୁ ଚାହୁଁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story