ଅଶାନ୍ତ ପୁରୀ ସମୁଦ୍ର; ଉଠୁଛି ୮ରୁ ୧୦ ଫୁଟ୍ ଉଚ୍ଚର ଜୁଆର

ପୁରୀ(ପ୍ରଦୀପ ମହାନ୍ତି): ‘ଫନି’ ପରେ ପୁଣି ଅଶାନ୍ତ ହୋଇପଡ଼ିଛି ପୁରୀ ସମୁଦ୍ର।  ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚର ଜୁଆର ଉଠୁଛି। ବଡ଼ ବଡ଼ ଜୁଆର ଆସିବା ଯୋଗୁ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘନ କରିଛି। ଏହା ଫଳରେ ସମୁଦ୍ର କୂଳରେ ଥିବା କେତେକ ଅସ୍ଥାୟୀ ଦୋକାନ ଭାସି ଯାଇଥିବା ବେଳେ ଆଉ କେତେକ ଦୋକାନ କ୍ଷତିଗସ୍ତ ହୋଇଛି। କେତେକ ଦୋକାନୀ ମଧ୍ୟ ସେମାନଙ୍କ ଦୋକାନକୁ ଉଚ୍ଚ ସ୍ଥାନକୁ ଉଠାଇ ନେଇଛନ୍ତି। ସମୁଦ୍ର ଅଶାନ୍ତ ଥିବା […]

puri,,,,

Tapaswini Nayak
  • Published: Friday, 02 August 2019
  • , Updated: 02 August 2019, 01:17 PM IST

ପୁରୀ(ପ୍ରଦୀପ ମହାନ୍ତି): ‘ଫନି’ ପରେ ପୁଣି ଅଶାନ୍ତ ହୋଇପଡ଼ିଛି ପୁରୀ ସମୁଦ୍ର।  ପ୍ରାୟ ୮ରୁ ୧୦ ଫୁଟ୍ ଉଚ୍ଚର ଜୁଆର ଉଠୁଛି। ବଡ଼ ବଡ଼ ଜୁଆର ଆସିବା ଯୋଗୁ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳ ଲଂଘନ କରିଛି। ଏହା ଫଳରେ ସମୁଦ୍ର କୂଳରେ ଥିବା କେତେକ ଅସ୍ଥାୟୀ ଦୋକାନ ଭାସି ଯାଇଥିବା ବେଳେ ଆଉ କେତେକ ଦୋକାନ କ୍ଷତିଗସ୍ତ ହୋଇଛି।

କେତେକ ଦୋକାନୀ ମଧ୍ୟ ସେମାନଙ୍କ ଦୋକାନକୁ ଉଚ୍ଚ ସ୍ଥାନକୁ ଉଠାଇ ନେଇଛନ୍ତି। ସମୁଦ୍ର ଅଶାନ୍ତ ଥିବା ଯୋଗୁ ଏଠାରେ ସ୍ନାନ ନ କରିବାକୁ ପର୍ଯ୍ୟଟକମାନଙ୍କୁ ସତର୍କ କରି ଦିଆଯାଇଛି।

ସବୁ ଅମାବାସ୍ୟାରେ ସମୁଦ୍ର  ଅଶାନ୍ତ ରୁହେ।  ଏଥର କିନ୍ତୁ ପ୍ରଭାବ କିଛି ଅଧିକ ଥିବା କୁହାଯାଉଛି।

ସେହିପରି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଜୁଆର ୨୦ ମିଟରରୁ ଅଧିକ ଦୂରତାକୁ ଆସି କୂଳ ଲଂଘୁଥିବାରୁ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସମୁଦ୍ର କୂଳରେ ଡଙ୍ଗା ସବୁକୁ ସୁରକ୍ଷିତ ରଖିବା ପାଇଁ ଲାଗି ପଡ଼ିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ। ସମୁଦ୍ର ଅଶାନ୍ତ ଥିବାରୁ  ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀ ଭୟ କରୁଛନ୍ତି। ଜୁଆର ଦାଉରୁ ଡଙ୍ଗାକୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ନେଇ ସେମାନେ ପ୍ରଶାସନର ସହାୟତା ମାଗିଛନ୍ତି ।

Related story