ହାଇକୋର୍ଟର ସ୍ଥାୟୀ ବେଞ୍ଚ  ପ୍ରସଙ୍ଗ : ୨୮ରେ ବଲାଙ୍ଗିର ବନ୍ଦ  

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ  ଜିଲ୍ଲା ଓକିଲ ସଂଘ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି । ପ୍ରତ୍ୟେକ ମାସର ଶେଷ ଶୁକ୍ରବାର ଦିନ ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ କରୁଛି। ତଥାପି କୌଣସି ସୁଫଳ ମିଳୁନାହିଁ। ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନ ରୂପ ଦେବାକୁ ବଲାଙ୍ଗିରର ଅଗ୍ରଗାମୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମୋର୍ଚ୍ଚା ଉଦ୍ୟମ କରିଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଆସନ୍ତା ଅଗଷ୍ଟ ୨୮ତାରିଖରେ ବଲାଙ୍ଗିର ବନ୍ଦ […]

b

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 06:15 AM IST

ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ  ଜିଲ୍ଲା ଓକିଲ ସଂଘ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି । ପ୍ରତ୍ୟେକ ମାସର ଶେଷ ଶୁକ୍ରବାର ଦିନ ଜିଲ୍ଲା ଓକିଲ ସଂଘ କାର୍ଯ୍ୟବନ୍ଦ କରୁଛି। ତଥାପି କୌଣସି ସୁଫଳ ମିଳୁନାହିଁ। ଏହି ଆନ୍ଦୋଳନକୁ ଜନ ଆନ୍ଦୋଳନ ରୂପ ଦେବାକୁ ବଲାଙ୍ଗିରର ଅଗ୍ରଗାମୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମୋର୍ଚ୍ଚା ଉଦ୍ୟମ କରିଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଆସନ୍ତା ଅଗଷ୍ଟ ୨୮ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦେଇଛି ଜନମୋର୍ଚ୍ଚା। ଏ ନେଇ ମଙ୍ଗଳବାର ରାତିରେ ସ୍ଥାନୀୟ ଲ କଲେଜ୍ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା, ବୁଦ୍ଧିଜୀବୀ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Related story